ଏହି ଦୋଷୀଙ୍କୁ ହେବନି ଫାଶୀ? ଏ ନିୟମ ବଞ୍ଚାଇ ଦେବ ଜୀବନ

ଅପରାଧଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଆସନ୍ତା ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ଦେଥ୍ ୱାରେଣ୍ଟ ଜାରି କରାଯାଇଛି। ହେଲେ ଏ ଦିନ ମଧ୍ୟ ବର୍ତ୍ତି ଯାଇ ପାରନ୍ତି ଦୋଷୀ। କାରଣ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପୂର୍ବରୁ ନିୟମ ଅନୁସାରେ ୧୪ ଦିନ ସମୟ ଦିଆ ଯାଇଛି। ଦୋଷୀ ପବନ ପାଖରେ ଏବେ ବି କ୍ୟୁରେଟିଭ ପିଟିସନ ଓ ରାଜ କ୍ଷମା ଦାଖଲ କରିବା ପାଇଁ ବିକଳ୍ପ ରହିଛି। ଯଦି ଏହି ସମୟ ମଧ୍ୟରେ କ୍ୟୁରେଟିଭ୍ କି ରାଜ କ୍ଷମା ଦାଖଲ କରାଯିବ ତାହେଲେ ଡେଥ ୱାରେଣ୍ଟ ଆଇନ୍ ଅନୁସାରେ ପୁଣି ସ୍ଥଗିତ ହେବା ସହ ପୁଣି ଥରେ ଫାଶୀ ପାଇବାରୁ ବର୍ତ୍ତି ଯିବେ।

ସୋମବାର ପଟିୟାଲା ହାଉସ କୋର୍ଟରେ ଶୁଣାଣି ବେଳେ ପବନର ଓକିଲ ରବି କାଜି ସ୍ପଷ୍ଟ କରି ନାହାନ୍ତି ଯେ କ୍ୟୁରେଟିଭ୍ ପିଟିସନ କି ରାଜ କ୍ଷମା କେବେ ଦାଖଲ କରିବେ। ହେଲେ କୁହାଯାଉଛି ଯେ, କାନୁନି ବିକଳ୍ପର ସହାୟତା ନେବା ଏକ ପ୍ରକାର ନିଶ୍ଚିତ। ଫାଶୀକୁ ଟାଲିବା ପାଇଁ ପବନ ଏହି ବିକଳ୍ପ ପ୍ରୟୋଗ କରିବ। ନିର୍ଭୟା ଘଟଣାର ଅନ୍ୟ ତିନି ଦୋଷୀ ବିନୟ, ମୁକେଶ ଓ ଅକ୍ଷୟର ସମସ୍ତ କାନୁନୀ ବିକଳ୍ପ ଶେଷ ହୋଇ ସରିଛି। ଏଥିପାଇଁ ଏବେ ସମସ୍ତଙ୍କ ନଜର ପବନ ଉପରେ ରହିଛି।

ଏହା ପୂର୍ବରୁ ଓକିଲ ଏପି ସିଂହ କାନୁନୀ ବିକଳ୍ପର ସହାୟତା ନେଇ ଜାନୁଆରୀ ୭ ଓ ୧୭ ରେ ଜାରି କରାଯାଇଥିବା ଡେଥ ୱାରେଣ୍ଟକୁ ସ୍ଥଗିତ କରାଯାଇଛି। ପୂର୍ବରୁ ଡେଥ ୱାରେଣ୍ଟ ଅନୁସାରେ ଦୋଷୀଙ୍କୁ ୨୨ ଜାନୁଆରୀ ଓ ଫେବୃୟାରୀ ୧ ତାରିଖରେ ଫାଶୀ ହେବାର ଥିଲା। ହେଲେ ଉଭୟ ଥର ଦୋଷୀଙ୍କ ପିଟିସନ ଦାଖଲ କାରଣରୁ ଆଇନ୍ ଅନୁସାରେ ଖୁଦ ପଟିୟାଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଉପରେ ରୋକ ଲଗାଇଥିଲେ। ନୂଆ ଡେଥ ୱାରେଣ୍ଟ ଅନୁସାରେ ୪ ଦୋଷୀଙ୍କୁ ୩ ମାର୍ଚ୍ଚରେ ଫାଶୀ ଦିଆଯିବ। ତେବେ ଏହାରି ମଧ୍ୟରେ ଯଦି ପବନ ପକ୍ଷରୁ କ୍ୟୁରେଟିଭ୍ କି ରାଜ କ୍ଷମା ଦାଖଲ କରାଯିବ ତାହେଲେ ଡେଥ ୱାରେଣ୍ଟ ଉପରେ ଅଦାଲତଙ୍କୁ ପୁଣି ରୋକ ଲଗାଇବାକୁ ପଡ଼ିବ।

ଜେଲ୍ ନିୟମ ଅନୁସାରେ ଗୋଟିଏ ଅପରାଧରେ ଏକାସାଙ୍ଗରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ଦୋଷୀଙ୍କୁ ଏକା ସାଥିରେ ଫାଶୀ ଦେବାର ବ୍ୟବସ୍ଥା ରହିଛି। ଏଥିସହ ଯେତେବେଳ ଦୋଷୀଙ୍କୁ ଫାଶୀ ଦେବାକୁ ତାରିଖ ଘୋଷଣା କରାଯାଏ ତାହେଲେ ଅଦାଲତ ପକ୍ଷରୁ ସେମାନଙ୍କୁ ଆଇନର ବିକଳ୍ପ ନେବାକୁ ୧୪ ଦିନ ସମୟ ଦିଆଯାଏ। ଏ ସମୟରେ ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ କିମ୍ବା ରାଷ୍ଟ୍ରପତିଙ୍କ ନିକଟରେ ରାଜ କ୍ଷମା ଦାଖଲ କରି ପାରିବେ। ଏହି ମାମଲାର ନିଷ୍ପତି ପରେ ପୁଣି ତାଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରାଯିବ।