ସାପ୍ତାହିକ ରାଶିଫଳ: ଡିସେମ୍ବର ଦ୍ବିତୀୟ ସପ୍ତାହର ଏହି ଦିନରେ ସତର୍କ ରୁହନ୍ତୁ

ଭାଗ୍ୟଚକ୍ର

ଡିସେମ୍ବର ଦ୍ବିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଗ୍ରହ ଚଳନରେ କିଛି ପରିବର୍ତ୍ତନ ହୋଇ ସାରିଛି। ତେଣୁ କୌଣସି ରାଶିର ଦୈନନ୍ଦନ, ସାପ୍ତାହିକ ତଥା ମାସିକ ରାଶିଫଳ ଚନ୍ଦ୍ରର ଗତି, କଳା ଓ ତାଦ୍ୱାରା ହେଉଥିବା ଶୁଭ ଅଶୁଭ ଯୋଗ ଅନୁସାରେ କରାଯାଏ। ଏଣୁ ଏହି ପରିବର୍ତ୍ତନ ଆପଣଙ୍କ ରାଶି ଉପରେ କେମିତି ପ୍ରଭାବ ରହିବ ତାହା ଜ୍ୟୋତିଷ ବିଶ୍ଳେଷଣ କରିଥାନ୍ତି।

ମେଷ ରାଶି – ସପ୍ତାହର ଆରମ୍ଭରୁ ହିଁ ଗ୍ରହ ସ୍ଥିତି ଅନୁକୂଳ ରହିଛି। ମାନ ସମ୍ମାନ ବୃଦ୍ଧି ସହ ରଣନୀତି ଉପରେ ମଧ୍ୟ ପ୍ରଭାବୀ ରହିବ। ଉଚ୍ଚ ଅଧିକାରୀଙ୍କ ସହ ମଧୁର ସମ୍ପର୍କ ଗଢ଼ି ରଖନ୍ତୁ। ସପ୍ତାହର ମଧ୍ୟ ଭାଗରେ ଆକସ୍ମିକ ଧନ ପ୍ରାପ୍ତ ହେବ କିନ୍ତୁ ପାରିବାରିକ କଳହ ବୃଦ୍ଧି ପାଇପାରେ। ୧୬ ତାରିଖ ରେ କିଛି ଅଶୁଭ ରହିବ।

ବୃଷ ରାଶି – ସପ୍ତାହ ଆରମ୍ଭରେ ବିଦେଶ ଭ୍ରମଣ ଯୋଗ ଅଛି, କିନ୍ତୁ ବୁଲାବୁଲି ଉପରେ ଅତ୍ୟଧିକ ଖର୍ଚ୍ଚ ହେତୁ ଆର୍ଥିକ ସଙ୍କଟ ଦେଖାଦେଇପାରେ ଏଥିପାଇଁ ସତର୍କ ରୁହନ୍ତୁ। ସପ୍ତାହର ମଧ୍ୟ ଭାଗରେ ପିଲାଛୁଆଙ୍କ ଉତ୍ପାତ, ଶିକ୍ଷା ପ୍ରତିଯୋଗୀତାରେ ସଫଳତା ଏବଂ ଚାକିରୀରେ ପଦୋନ୍ନତି ହେବ। ଯଦି ନୂଆ କାମ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଗ୍ରହ ଚଳନ ଅନୁକୂଳ ଥିବାରୁ ଲାଭ ଉଠାନ୍ତୁ। ସପ୍ତାହର ୯ ତାରିଖ ଅଶୁଭ ରହିବ।

ମିଥୁନ ରାଶି – ଏହି ସପ୍ତାହ ମିଶ୍ରିତ ରହିବ, ଆରମ୍ଭରୁ ଅଟକିଥିବା ଧନ ପ୍ରାପ୍ତି, ଚେଷ୍ଟା କରନ୍ତୁ ଏ ସପ୍ତାହରେ କାହାକୁ ଅଧିକ ଟଙ୍କା ଉଦ୍ଧାର ଦେବାରୁ ଦୂରେଇ ରୁହନ୍ତୁ। ଯଦି ବିଦେଶ ଯାତ୍ରା ପାଇଁ ଭିଜା ଆଦି ଆବେଦନ କରିବାକୁ ଚାହୁଁଛନ୍ତି ତ ହେଲେ ଗ୍ରହ ଚଳନ ଅନୁକୂଳ ରହିଛି। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ, ଯେଉଁ ଲୋକ ଆପଣଙ୍କୁ ନୀଚ ଦେଖାଇବାକୁ ଚେଷ୍ଟା କରୁଥିଲେ ସେମାନେ ମିଳାମିଶା କରିବା ପାଇଁ ପ୍ରୟାସ କରିବେ। ତଥାପି ୧୦ ତାରିଖ ସତର୍କ ରୁହନ୍ତୁ।

କର୍କଟ ରାଶି– କର୍କଟ ରାଶି ଲୋକଙ୍କ ପାଇଁ ପୁରା ସପ୍ତାହ ଭଲ ରହିବ। କାର୍ଯ୍ୟ ବ୍ୟାପାର ଆରମ୍ଭ ଏବଂ ଉନ୍ନତି ଯୋଗ ରହିଛି। କୌଣସି ବିଦେଶୀ ବ୍ୟକ୍ତି ଅଥବା ବନ୍ଧୁଠୁ ବଡ଼ ସହଯୋଗ ସମ୍ଭାବନା ରହିଛି। ଯଦି ବିଦେଶୀ କଂପାନୀରେ ଆବେଦନ କରିବାକୁ ଚାହୁଁ ଛନ୍ତି ତାହେଲେ ପରିସ୍ଥିତି ଅନୁକୂଳ ରହିବ। ମାତାପିତାଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ,ଏବଂ ସପ୍ତାହର ୧୩ ତାରିଖ ଅଶୁଭ ରହିବ।

ସିଂହ ରାଶି – ଏ ରାଶି ଗ୍ରହ ଚଳନରେ ବହୁତ ସୁଧୁରିଛି ଏଥିପାଇଁ ଏହି ସପ୍ତାହ ଆପଣଙ୍କୁ କୌଣସି ପ୍ରକାରେ ପରେଶାନ ହେବାକୁ ପଡିବ ନାହିଁ। ତେଣୁ ରୋଜଗାର ଦିଗରେ ପ୍ରୟାସ ସାର୍ଥକ ରହିବ। ବିଦ୍ୟାର୍ଥୀଙ୍କ ପାଇଁ ଏ ସପ୍ତାହ ବରଦାନ ତୁଲ୍ୟ। ପରୀକ୍ଷାରେ ଭଲ ଅଙ୍କ ରଖିବାକୁ ପ୍ରୟାସ କରନ୍ତୁ। ବିଦେଶ ଯାତ୍ରା, ମାଙ୍ଗଳିକ କାର୍ଯ୍ୟର ସୁଯୋଗ ଥିବା ସହ ଧୈର୍ଯ୍ୟ ସହ କାମ କରି ଆଗକୁ ବଢନ୍ତୁ।

କନ୍ୟା ରାଶି – ସପ୍ତାହ ଆରମ୍ଭରେ ସ୍ବାସ୍ଥ୍ୟ ପାଇଁ ଗ୍ରହ ଚଳନ ପ୍ରତିକୂଳ ରହିଛି, କିନ୍ତୁ ମଧ୍ୟ ଭାଗରେ ଭାଗ୍ୟ ଉନ୍ନତି ଯୋଗ ବନିବା ସହ ଧାର୍ମିକ କାମରେ ସାମିଲ୍ ହେବେ। ଅସହାୟ ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିବେ, ଫଳରେ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ, ଆର୍ଥିକ ଦୃଷ୍ଟିରୁ ସପ୍ତାହ ଭଲ ରହିବ। ପଦ ପ୍ରତିଷ୍ଠା ପାଇଁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ବିଜୟୀ ସମ୍ଭାବନା ରହିଛି। ହେଲେ ୯ ତାରିଖ ଅଶୁଭ ରହିଛି।

ତୁଳା ରାଶି – ସପ୍ତାହର ଆରମ୍ଭରେ ବିବାହ ସମ୍ବନ୍ଧିତ ବାର୍ତ୍ତା ସଫଳ ରହିବ, ଦାମ୍ପତ୍ୟ ଜୀବନରେ ତିକ୍ତତା କମିବ। ଘର, ଗାଡି କିଣିବା ଯୋଗ ଥିବା ସହ ବିଦେଶ ଯାତ୍ରା ସାବଧାନତା ପୂର୍ବକ ଫାଇଦା ଉଠାନ୍ତୁ। ସାମାନ୍ ଚୋରି ଓ ଗାଡି ଦୁର୍ଘଟଣାରୁ ବଞ୍ଚନ୍ତୁ। ସପ୍ତାହର ୧୨ ତାରିଖ ଅଶୁଭ ରହିବ।

ବିଛା ରାଶି – ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ବଢ଼ି ପାରେ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ସବୁଠାରୁ ଭଲ ରହିବ ଯଦି କାର୍ଯ୍ୟକ୍ଷେତ୍ରରେ କାମ ସାରି ସିଧା ଘରକୁ ଆସନ୍ତୁ ଓ ବିବାଦରୁ ଦୂରେଇ ରୁହନ୍ତୁ। ସପ୍ତାହର ମଧ୍ୟ ଭାଗରେ ମାନ ସମ୍ମାନ ବୃଦ୍ଧି ହେବ। ବିବାହ ଦିଗରେ ପ୍ରୟାସ ସାର୍ଥକ ରହିବ। ନବ ଦମ୍ପତି ଲାଗି ସନ୍ତାନ ପ୍ରାପ୍ତି ଓ ବିଦ୍ରୋହର ମଧ୍ୟ ଯୋଗ ରହିଛି।୧୩ ଡିସେମ୍ବର ଆପଣଙ୍କ ପାଇଁ ଟିକିଏ ଅଶୁଭ ରହିଛି।

ଧନୁ ରାଶି – ସପ୍ତାହର ଆରମ୍ଭରୁ ଶିକ୍ଷା ପ୍ରତିଯୋଗୀତାରେ ସଫଳତା ଯୋଗ ରହିଛି। ସନ୍ତାନ ସମ୍ବନ୍ଧିତ ଚିନ୍ତାରୁ ମୁକ୍ତି ମିଳିବ। ସପ୍ତାହର ମଧ୍ୟ ଭାଗରେ କ୍ୟାରିଅରରେ ଅଧିକ ବିଶୃଙ୍ଖଳା ଆସିପାରେ ତେଣୁ ନିଜ ଜିଦ୍ ଓ ଭାର ଉପରେ ନିୟନ୍ତ୍ରଣ କରି ଉପରିସ୍ଥ ଅଧିକାରୀଙ୍କ ସହ ମଧୁର ସମ୍ପର୍କ ରଖନ୍ତୁ। ବିବାହ ସମ୍ବନ୍ଧିତ ବର୍ତ୍ତା ସଫଳ ରହିବ। ୧୫ ଡିସେମ୍ବର ଦିନ ଅଶୁଭ ରହିବ।

ମକର ରାଶି – ସପ୍ତାହରେ ମିଶ୍ରିତ ଫଳ ମିଳିବ। ଆରମ୍ଭରୁ ପାରିବାରିକ କଳହରୁ ମାନସିକ ଚିନ୍ତା ବଢିବ ହେଲେ ମଧ୍ୟ ଭାଗରେ ମାନ ସମ୍ମାନ ବୃଦ୍ଧି ପାଇବ। ନୂଆ ଚାକିରୀରେ ଆବେଦନ କରିବାକୁ ଚାହୁଁଥିଲେ ଆହୁରି ଭଲ ରହିବ। ପାରିବାରିକ ଦାୟିତ୍ଵ ପୂର୍ଣ୍ଣ ହେବ ହେଲେ ପରିଶେଷରେ ପୁଣି ସ୍ବାସ୍ଥ୍ୟ ସମ୍ବନ୍ଧି ଚିନ୍ତା ପରେଶାନ୍ କରି ପାରେ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ୧୩ ତାରିଖ ଟିକିଏ ଅଶୁଭ ରହିବ।

କୁମ୍ଭ ରାଶି – ପୁରା ସପ୍ତାହ ଉପଯୋଗୀ ସିଦ୍ଧ ହେବ। କୌଣସି ଦିନ ଅଶୁଭ ନାହିଁ, ତେଣୁ ବଡ଼ କାର୍ଯ୍ୟ ତଥା ନିଷ୍ପତି ନେବାରେ ବିଳମ୍ବ କରନ୍ତୁ ନାହିଁ। ବହୁ ଦିନରୁ ଅଟକିଥିବା କାର୍ଯ୍ୟର ସମାଧାନ ହେବ। ଘର, ଗାଡି ସମ୍ବନ୍ଧିତ ଚିନ୍ତାରୁ ମୁକ୍ତି ମିଳିବ। ସପ୍ତାହର ଅନ୍ତରେ ସନ୍ତାନ ପ୍ରାପ୍ତି ଯୋଗ ରହିଛି। ତେବେ ସ୍ବାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ।

ମୀନ ରାଶି – ସପ୍ତାହ ଆରମ୍ଭରୁ ସାମାନ୍ୟ ପାରିବାରିକ କଳହ ରହିବ କିନ୍ତୁ ଜଲଦି ଏଥିରୁ ସୁଧାର ଆସିବ। ଉଦ୍ଧାର ଦେଇଥିବା ଟଙ୍କା ମିଳିବା ସମ୍ଭାବନା ରହିଛି। ବିବାହ ସମ୍ବନ୍ଧିତ ବାର୍ତ୍ତା ସଫଳ ରହିବ। ସାହସ ଓ ପରାକ୍ରମ ବୃଦ୍ଧି ହେବ କିନ୍ତୁ ପରିବାରରେ ମତଭେଦ ସୃଷ୍ଟି ହୋଇପାରେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ବିଦେଶ ଯାତ୍ରାର ବି ଯୋଗ ରହିଛି। ୧୦ ତାରିଖ ଅଶୁଭ ରହିବ।

Leave a Reply