ବିରାଟ କୋହଲିଙ୍କ ଖୁଲାସା: ନିଜ ସ୍ଥାନରେ କଣ ପାଇଁ ଶିବମ୍ ଦୁବେଙ୍କୁ ବ୍ୟାଟିଂ କରିବାକୁ ପଠାଇଲେ !

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଭାରତୀୟ କ୍ରିକେଟ ଟିମ୍ ୱେଷ୍ଟ ଇଣ୍ଡିଜ ଠାରୁ ହାରି ଥିଲେ ବି ମ୍ୟାଚରେ ଏକ ଷ୍ଟାର ମିଳିଛି। ଟିମ୍ ଇଣ୍ଡିଆର ନୂଆ ଯୁବରାଜ ସିଂ କୁହା ଯାଉଥିବା ଅଲ୍ ରାଉଣ୍ଡର ଶିବମ୍ ଦୁବେ ତିରୁବନ୍ତପୁରମ୍ ରେ ଧୂଆଁଧାର ଅର୍ଦ୍ଧଶତକ୍ କରିଥିଲେ। କ୍ୟାପଟେନ ବିରାଟ ଶିବମଙ୍କୁ ତୃତୀୟ ନମ୍ୱରରେ ବ୍ୟାଟିଂ କରିବାକୁ ପଠାଇଥିଲେ। ସେ ସାନଦାର ବ୍ୟାଟିଂ କରି ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରିଥିଲେ।

ତିରୁବନ୍ତପୁରମରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ତିନ ଟିକିଏ ମ୍ୟାଚର ଦ୍ବିତୀୟ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ୱେଷ୍ଟ ଇଣ୍ଡିଜ ଅତି ସହଜରେ ଲକ୍ଷ୍ୟ ହାସଲ କରିଥିଲା। ୧୮.୩ ଓଭରରେ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିବା ସହ ସିରିଜ୍ ୧-୧ ବରାବର ହୋଇଛି। ତେବେ ମ୍ୟାଚରେ ଟିମ୍ ଇଣ୍ଡିଆ ହାରି ଥିଲେ ମଧ୍ୟ ଶିବମ୍ ଦୁବେଙ୍କ ଭଲ ବ୍ୟାଟିଂ ଯୋଗୁଁ ଟିମ୍ ଇଣ୍ଡିଆକୁ ଟିକେ ଶାନ୍ତି ଦେଇଛି।

କ୍ୟାପଟେନ ବିରାଟ ପ୍ରଥମ ୱିକେଟ୍ ପଡ଼ିବା ପରେ ନିଜ ସ୍ଥାନରେ ଶିବମ୍ ଦୂବେଙ୍କୁ ବ୍ୟାଟିଂ କରିବାକୁ ପଠାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଶିବମ୍ କ୍ୟାପଟେନଙ୍କ ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରି ୩୦ ବଲରେ ୫୪ ରନ୍ ଧୂଆଁଧାର ବ୍ୟାଟିଂ କରିଥିଲେ। ସେଥିରେ ୪ ଛକ୍କା ଓ ୩ ଚୌକା ଲଗାଇଛନ୍ତି ଶିବମ୍।