ବଡ଼ ଡକାୟତି ଯୋଜନା ପଣ୍ଡ, ୧୦ ଜଣ ଗିରଫ ସହ ମାରଣାସ୍ତ୍ର ଜବତ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ସହରରେ ଏକ ବଡ଼ ଡକାୟତି ଯୋଜନା ଫଣ୍ଡ କଲା ଟାଉନ ପୋଲିସ। ୧୦ ଜଣ ଡକାୟତକୁ ଗିରଫ କରିବା ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ରାତିରେ ସହର ମଧ୍ୟରେ ଥିବା ସ୍ୱପ୍ନା ଲଜ ନିକଟ ଉପହାର ଗେଲେରି ଦୋକାନ ଉପର ମହଲାରେ ଏକ କୋଠରୀରେ ଏମାନେ ଏକ ବଡ ଡକାୟତି ଯୋଜନା କରୁଥିବା ପୋଲିସ ସୂଚନା ପାଇଥିଲା। ଏସପିଙ୍କ ନିର୍ଦ୍ଦେଶରେ ଟାଉନ ଥାନାର ଏକ ଟିମ ସେଠାରେ ଅତର୍କିତ ଭାବରେଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୧୦ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁହା ପାଇପ, ରଡ଼, ଖଣ୍ଡା, ଟାଙ୍ଗିଆ ଚେନ ଭଳି ଅନେକ ମାରଣାସ୍ତ୍ର ପୋଲିସ ଜବତ କରିଛି। ଏଥିସହ ନଗଦ ପାଞ୍ଚ ହଜାର ଟଙ୍କା ଓ ଆଠଟି ମୋବାଇଲ ଜବତ କରାଯାଇଛି।

ତେବେ ଗିରଫ ଡକାୟତ ମଧ୍ୟରେ ଆଠ ଜଣ ଯୁବକ ଥିବା ବେଳେ ଦୁଇ ଜଣ ନାବାଳକ ରହିଥିବା ପୋଲିସ ସୂଚନା ଦେଇଛି। ଗିରଫ ଡକାୟତମାନେ ହେଲେ ବଲାଙ୍ଗିର ଗେଟସରୋବରପଡ଼ାର ସିଲୁ ସେଠ, କଂସାରିପଡ଼ାର ବବ୍ଲୁ ବେହେରା, ରାମେଶ୍ୱର ନଗରର ଶିବ ପଟେଲ, ଆକାଶ ରାଓ, ତାଲପାଲିପଡ଼ାର ସିଲୁ ପ୍ରଧାନ, ରାଜୀବନଗରର ଦିଲୁ ବଂଛୋର, ବିଭୁତିପଡ଼ାର ଆକାଶ ରାଉତ ଓ ପ୍ରତାପସାଗରପଡ଼ାର ସୁମନ୍ତ ବରାଡ଼। ଏଥିସହ ଏମାନଙ୍କ ନିକଟରୁ ଏକ ଖଣ୍ଡା, ଲୁହା ରଡ଼, ଲୁହା ପାଇପ, ବଡ ବଡ ହାତୁଡି, ଟାଙ୍ଗିଆ ଚେନ ଇତ୍ୟାଦି ମାରଣାସ୍ତ୍ର ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଏନେଇ ଟାଉନ ଥାନା କେଶ ନମ୍ବର ୨୮୨ରେ ଦଫା ୟୁଏସ 399/402, ଆଇପିସି ଆରଡବ୍ଲୁ ସେକସନ 25 ଆର୍ମସ ଆକ୍ଟରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ତୁଫାନ୍ ବାଗ।

Leave a Reply