କଂଗ୍ରେସର 50ରୁ ଅଧିକ କର୍ମୀ ବିଜେଡ଼ିରେ ମିଶିଲେ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ I ହାତ ଛାଡ଼ି ବିଜେଡିରେ ମିଶିଲେ କଂଗ୍ରେସ ନେତା ଓ କର୍ମୀ I ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କୁଶମେଲ ପଂଚାୟତର ଘୁଙ୍ଗୀ ଗାଁରେ ବିଜେଡିର ମିଶ୍ରଣ ପର୍ବରେ କଂଗ୍ରେସର 50ରୁ ଅଧିକ ନେତା ଓ କର୍ମୀ ସାମିଲ ହୋଇଛନ୍ତି I ବିଜେଡି କର୍ମୀ ଅଙ୍ଗତ ସାହୁଙ୍କ ସଭପତିତ୍ବରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ
34 ନମ୍ବର ଜ଼ିଲ୍ଲା ପରିଷଦଙ୍କ ପ୍ରତିନିଧି କୈଲାସ ବରିହା, ଲୋଇସିଂହା ବ୍ଲକ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଜୟଦେବ ବାରିକ, ଚୂଡ଼ାମଣି ସାହୁ, ବଲକୃଷ୍ଣ ପଣ୍ଡା ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I

ଏ ଅବସରରେ କଂଗ୍ରେସର 50ରୁ ଅଧିକ ନେତା କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ I ବିଜେଡିର ନୀତି ଆଦର୍ଶ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵଚ୍ଛ ଭାବମୂର୍ତ୍ତୀରେ ଅନୁପ୍ରାଣିତ ହୋଇ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି I ବିଜେଡିରେ ମିଶିଥିବା ନେତାମାନେ ହେଲେ ଲୋଇସିଂହା ବ୍ଲକ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡୋଲାମଣି ସାହୁ, ନବୀନ ବେହେରା, ଆଶିଷ ବିଶ୍ୱାଳ, ମୋହନ ବିଶ୍ୱାଳ ସହ ଘୁଙ୍ଗୀ ଗାଁର ବହୁ ଯୁବକମାନେ ବିଜେଡିରେ ମିଶିଛନ୍ତି I ସମସ୍ତଙ୍କୁ ନିହାର ରଞ୍ଜନ ବେହେରା ସ୍ୱାଗତ କରିବା ସହ ବିଜେଡି ଉତ୍ତରୀୟ ପ୍ରଦାନ କରିଥିଲେ l ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରା ଓଡିଶାରେ ଚାଲିଥିବା ଲୋକାଭିମୁଖୀ ଯୋଜନା ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ I ଶେଷରେ ଆର୍ତ୍ତ ସାହୁ ଧନ୍ୟବାଦ ଦେଇଥିଲେ l