ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲାରେ ପୁଣି ଧରା ପଡିଲା ବେଆଇନ କଫ ସିରଫ କାରବାର I ଖପ୍ରାଖୋଲ ପୋଲିସ 5 ଜଣକୁ ଗିରଫ କରିବା ସହ 118 ବୋତଲ କଫ ସିରଫ ଜବତ କରିଛି I ପୋଲିସ ସୂଚନା ଅନୁସାରେ ଗତକାଲି ସକାଳେ ଖପ୍ରାଖୋଲ ଥାନା ପାଚେର ଗାଁର ଅନିଲ ନିଆଳଙ୍କ ଠାରୁ 17 ବୋତଲ କଫ ସିରଫ ଓ କିଛି ନିଶା ବଟିକା ଜବତ୍ କରାଯାଇଥିଲା I ଘଟଣାରେ ଅଭିଯୁକ୍ତ ଅନିଲକୁ କୋର୍ଟ ଚାଲାଣ କରିଥିଲା I
ପରେ ଅପରାହ୍ନ ଦୁଇଟା ସମୟରେ ଖପ୍ରାଖୋଲ ଥାନା ବଡଗୁର୍ଜିଭଟା ନିକଟ ବ୍ରିଜଠାରେ କଫ ସିରଫର ଚୋରା ଚାଲାଣ ଖବର ପାଇ ଥିଲା ପୋଲିସ I ସେଠାରେ ଚଢାଉ କରି 4 ଜଣକୁ ଗିରଫ କରିବା ସହ 101 ବୋତଲ କଫ ସିରଫ , ନଗଦ 1400 ଟଙ୍କା, ଚାରୋଟି ମୋବାଇଲ ଫୋନ ଓ ଦୁଇଟି ପଲ୍ସର ବାଇକ ଜବତ କରିଛି ପୋଲିସ I ଗିରଫ ଅଭିଯୁକ୍ତମାନେ ହେଲେ ଜାମଚୁଅ ଗାଁର କମଳାକାନ୍ତ ଖମାରି, ଜଗନ୍ନାଥ ସବର ,ସାହାଜପାନି ଗାଁର ଧୁବା ମେହେର ଓ ତୁରେକେଲା ଥାନା ମହନିଲହ ଗାଁର ଧବଲେସ୍ଵର ସାହୁ ବୋଲି ଜଣାପଡିଛି। ହେଲେ କଫ ସିରଫ କାରବାରର ମାଷ୍ଟର ମାଇଣ୍ଡ ତୁରେକେଲା ଥାନା ମାଲିକଦର୍ହୋ ଗାଁର ତ୍ରୀନାଥ ରଣା ଘଟଣାସ୍ଥଳରୁ ଫେରାର ମାରିଛି I ତେବେ ଗିରଫ 5 ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଫେରାର୍ ମାରିଥିବା ମୁଖ୍ୟ ଅଭିଯୁକ୍ତ ତ୍ରିନାଥ ରଣାକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି I
