ସରପଞ୍ଚଙ୍କ ଟ୍ରାକଟର ଓଲଟି ନାବାଳକ ଡ୍ରାଇଭର ମୃତ, ଘଟଣାର ରଫାଦଫା ଉଦ୍ୟମ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ନ୍ୟୁଜ I ଅଗଲାପାଲିରେ ଅଘଟଣ I ଟ୍ରାକଟର ଓଲଟି ନାବାଳକ ଡ୍ରାଇଭର ମୃତ। ହେଲେ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ କରାଯାଉଛି I ଓଲଟି ଥିବା ଟ୍ରାକଟର ବାଦିବାହାଲ ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କର ବୋଲି ଜଣାପଡିଛି I ଘଟଣା ଅନୁସାରେ ବଲାଙ୍ଗିର ଜିଲ୍ଲା ବାଦୀବାହାଲ ପଞ୍ଚାୟତ ଅଗଲାପାଲି ଗାଁରେ ବସୁଧା ଯୋଜନାରେ ସରକାରୀ କାମ ଚାଲିଛି। ହେଲେ ଏହି ସରକାରୀ କାମରେ ବାଦୀବାହାଲ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କ ଟ୍ରାକ୍ଟର ଲାଗିଥିଲା। ଏପରିକି ସରପଞ୍ଚ ଟ୍ରାକ୍ଟରରେ ଜଣେ ନାବାଳକକୁ ଡ୍ରାଇଭର ଭାବେ କାମ କରାଉଥିଲେ। ତେବେ ଏ ସମୟରେ ଟ୍ରାକ୍ଟର ଓଲଟି ନାବାଳକର ଜୀବନ ଯାଇଛି। ଲୋଇସିଂହା ପୁଲିସ ଘଟଣାର ଛାନଭିନ କରୁଛି। ହେଲେ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠୁଛି, ଜଣେ ନାବାଳକକୁ ଟ୍ରାକଟର ଡ୍ରାଇଭର୍ ଭାବେ ସରପଞ୍ଚ ନିୟୋଜିତ କରିଥିଲେ କେମିତି? ପଞ୍ଚାୟତରେ ଶିଶୁ ଶ୍ରମିକ ନେଇ ସଚେତନତା କାର୍ଯ୍ୟ କରାଯାଉଥିବା ବେଳେ ଖୋଦ୍ ସରପଞ୍ଚ ପ୍ରସନ୍ନ ତ୍ରିପାଠୀ କେମିତି ଜଣେ ନାବାଳକକୁ କାମରେ ଲଗାଇଥିଲେ I ଯେଉଁଥି ପାଇଁ ଆଜି ଜଣେ ନୀରିହ ନାବାଳକର ଅକାଳରେ ମୃତ୍ୟୁବରଣ ଘଟିଲା I ଘଟଣା ପାଇଁ ଦାୟୀ ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତ !