ଜାତୀୟ କରାଟେ ଚାମ୍ପିଅନସିପ ପାଇଁ ଚେନ୍ନାଇରେ ବଲାଙ୍ଗିରର ୧୦ ପ୍ରତିଯୋଗୀ

ଓଡ଼ିଶାଖେଳଦେଶ ଓ ବିଦେଶବଡ଼ ଖବର

ଏନ୍ଏନ୍ ନ୍ୟୁଜ୍। ଚେନ୍ନାଇ ଆସିଏଫ୍ ପାଲାନିସାମି ଇନ୍‌ଡୋର ଷ୍ଟାଡିୟମରେ ଆଜି ୧୯ତମ ସର୍ବଭାରତୀୟ ମୱାତେକା ସିଟୋରିଓ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶ ଗ୍ରହଣ କରିବା ପାଇଁ ବଲାଙ୍ଗିରର ୧୦ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ଏବଂ ସମସ୍ତ ପ୍ରତିଯୋଗୀ ଏବେ ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ଏ ସମସ୍ତ ପ୍ରତିଯୋଗୀମାନେ ହେଲେ ବଲାଙ୍ଗିର ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀର।

ପ୍ରତିଯୋଗିତାର ବାଳିକା ବିଭାଗରେ ଅଙ୍କିତା ଦାଶ, ସମୀକ୍ଷା ସମୃଦ୍ଧି ଷଡଙ୍ଗୀ, ହେମାଲିନି ହୋତା, ସୋହାନି ପଣ୍ଡା, ପ୍ରାଚୀ ବେହେରା ସାମିଲ ହୋଇଛନ୍ତି। ସେହିପରି ବାଳକ ବିଭାଗରେ ମିଥିଲେଶ କୁମାର ବେହେରା, ଆରବ ଭଞ୍ଜ, ଅନ୍ୱେଷ କୁମାର ସାହୁ, ସେକ୍ ମହମ୍ମଦ ଅସିଫ ରାଜା ଓ ଭେଙ୍କଟ ରମନ କଟୁଆଲ ଭାଗ ନେଇଛନ୍ତି। ସମସ୍ତ ପ୍ରତିଯୋଗୀ କରାଟେ ଏକାଡେମୀର ପ୍ରତିଷ୍ଠାତା ତଥା ଟ୍ରେନର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଚେନ୍ନାଇ ଗସ୍ତ କରିଛନ୍ତି। ଉଭୟ ବିଭାଗରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ ବୋଲି ପ୍ରଶିକ୍ଷକ ଆଶାବାଦୀ ଅଛନ୍ତି।

Leave a Reply