ନବୀନଙ୍କ ଜନ୍ମ ଦିନରେ ସୋହେଲାରେ ବିଜେଡ଼ି ପକ୍ଷରୁ ରକ୍ତଦାନ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଜି ୭୭ତମ ଜନ୍ମ ଦିନ। ଏ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏ ପରିପ୍ରେକ୍ଷୀରେ ସୋହେଲା ଅଗ୍ରସେନ ଭବନଠାରେ ବିଜେଡି ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ ଯୋଗ ଦେଇ କେକ୍ କାଟି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିବା ସହ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରିଥିଲେ। ଏହାପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଲୋକ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଶିବିରରେ ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପଧାନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ବରିଷ୍ଠ ନେତା ଗଣତନ୍ତ୍ର ପଧାନ, କାର୍ତ୍ତିକ ବାରିକ, ଦୟାନିଧି ପଟେଲ, ରବି ଭୋଇ, ସୁବ୍ରତ ବେହେରା, ଜୀବର୍ଦ୍ଧନ ବରିହା, ପ୍ରଦ୍ୟୁମ୍ନ ତ୍ରିପାଠୀ, ମାର୍କଣ୍ଡ ସା, ପ୍ରଫୁଲ୍ଲ ପଧାନ, ରାଜେଶ ଅଗ୍ରୱାଲ, କୁଳମଣୀ ଦେୱାନ, ଜନାର୍ଦାନ ପାଣିଗ୍ରାହୀ, ନିଲୁ ଝାଙ୍କର, ଅଶ୍ଵିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply