୨୧ରୁ ବଲାଙ୍ଗିରରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

ଓଡ଼ିଶାଖେଳବଡ଼ ଖବର

ଏନ୍ଏନ୍ ନ୍ୟୁଜ୍। ଆସନ୍ତା ୨୧ ତାରିଖରୁ ବଲାଙ୍ଗିରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ପଡିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଏହି ଚାମ୍ପିୟନସ ଅନୁଷ୍ଠିତ ହେବ। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ସୁରୁଲାଲ ମଟାରୀ। ଓଡିଶା ବ୍ୟାଡମିଣ୍ଟନ ସଙ୍ଘ ଓ ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଙ୍ଘର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୫ ବର୍ଷରୁ କମ ଓ ୧୭ ବର୍ଷରୁ କମ ଉଭୟ ବାଳକ ବାଳିକା ବର୍ଗର ଖେଳାଳି ଅଂଶ ଗ୍ରହଣ କରିବେ।

ତେବେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଏଥିରେ ରାଜ୍ୟର ସବୁ ଜିଲ୍ଲାର ଖେଳାଳି ଅଂଶଗ୍ରହଣ କରିବା ସହ ରାଜ୍ୟ ବାହାରର ଟେକ୍ନିକାଲ ଅଫିସର ସାମିଲ ହେବେ ବୋଲି ସୂଚନା ମିଳିଛି। ହେଲେ ଖେଳାଳିଙ୍କ ପ୍ରଦର୍ଶନ ଅନୁସାରେ ସେମାନଙ୍କୁ ରାଜ୍ୟସ୍ତରୀୟ ରାଙ୍କ ମିଳିବ ବୋଲି କହିଛନ୍ତି ସଂଘର ସମ୍ପାଦକ ସୁରୁଲାଲ୍ ମଟାରୀ। ଏଥିରେ ସଂଘର କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଜିଲ୍ଲା ସଂଯୋଜକ ଆଦିତ୍ୟ କେଜ୍ରିୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply