ପୁଣି ତାତିଲେ ଚାଷୀ: ଫସଲ ବୀମା ଦାବିରେ ରେଳ ରୋକ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ପୁଣି ତାତିଲେ ଚାଷୀ। ଫସଲ ବୀମା ପାଇଁ ଆନ୍ଦୋଳନ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରେଳ ଜନକ୍ସନରେ ଚାଷୀଙ୍କର ରେଳ ରୋକ ଆନ୍ଦୋଳନ। ଜିଲ୍ଲାର ଚାଷୀ ଗତ ବର୍ଷ ଫସଲ ବୀମା କରିଥିବା ବେଳେ ଗତ ବର୍ଷ ମରୁଡିରେ ତଳି ତଲାନ୍ତ ହୋଇଥିଲେ। ହେଲେ ମରୁଡି ସତ୍ତ୍ୱେ ଏମାନେ ଆଜି ଯାଏଁ ଫସଲ ବୀମା ରାଶି ପାଇ ନାହାନ୍ତି। ଫଳରେ ଚାଷୀ ପ୍ରଥମେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହା ପରେ ଜିଲ୍ଲାର ଚାଷୀ ରେଳ ରୋକ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ। ହେଲେ କିଛି ଲାଭ ନ ମିଳିବାରୁ ଆଜି ପୁଣି ଚାଷୀମାନେ ଟିଟିଲାଗଡ଼ ରେଳ ଜଙ୍କସନଠାରେ ରେଳ ରୋକ କରୁଛନ୍ତି।

ଆନ୍ଦୋଳନରେ ଜିଲ୍ଲାର ହଜାର ହଜାର ଚାଷୀ ସାମିଲ ହୋଇଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନରେ ରେଳ ଧାରଣା ଉପରେ ଆନ୍ଦୋଳନ କରୁଛନ୍ତି। ଯେ ପର୍ଯ୍ୟନ୍ତ ଫସଲ ବୀମା ପ୍ରଦାନ ନ କରାଯିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ କହିଛନ୍ତି। ସେପଟେ ଟିଟିଲାଗଡ ରୁଟ ଦେଇ ଯାଇଥିବା ଆନ୍ତଃରାଜ୍ୟ ରେଳ ସେବା ବାଧା ପ୍ରାପ୍ତ ହୋଇଛି। ଯେଉଁଥିରେ ଟିଟିଲାଗଡ ରାୟପୁର ଓ ଟିଟିଲାଗଡ ଦକ୍ଷିଣ ଭାରତକୁ ରେଳ ସେବା ବାଧା ପ୍ରାପ୍ତ ହୋଇଛି। ସେହିପରି ଏହି ରୁଟ ଦେଇ ଯାଉଥିବା ସବୁ ଟ୍ରେନ ଅନ୍ୟାନ୍ୟ ରେଳ ଷ୍ଟେସନରେ ଅଟକି ରହିଥିବା ସୂଚନା ମିଳିଛି।

Leave a Reply