ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ, ଦୁର୍ନୀତି ଖବର କରିବାରୁ ଏଫ୍ଆଇଆର୍

ଓଡ଼ିଶାଅପରାଧବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ଜିଲ୍ଲାରେ ପୁଣି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ l ଦୁର୍ନୀତି ଖବର ପରିବେଷଣ କରିବାରୁ ଥାନାରେ ଏତଲା l ମୋର ସମିୟା ୱେବ୍ ଚେନାଲ ନାଁରେ ଜିଲ୍ଲାର ଚାରୋଟି ଥାନାରେ ଏତଲା ଦିଆଯାଇଛି l ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଳକରେ ମନରେଗା ଦୁର୍ନୀତି ଖବର ଦେଖାଇଥିଲେ ମୋର ସମିୟାର ସାମ୍ବାଦିକ ନିବେଶ ପାଣିଗ୍ରାହୀ l ହେଲା ତାଙ୍କ ସ୍ବରକୁ ଚପାଇବା ପାଇଁ ସ୍ଥାନୀୟ
ପ୍ରଭାବଶାଳୀ ନେତାଙ୍କ ସମର୍ଥକ ବିଭିନ୍ନ ଥାନାରେ ମାମଲା ଦାଏର କରିଛନ୍ତି l

ମିଥ୍ୟା ମାମାଲାର ପ୍ରତିବାଦରେ ସାମ୍ବାଦିକ ନିବେଶ ପାଣିଗ୍ରାହୀ ବଲାଙ୍ଗିର ଚାଲ ଅଭିଯାନ କରିଥିଲେ l ଏଥିରେ ବିଭିନ୍ନ ଜିଲ୍ଲାର ଯୁବ ବର୍ଗ ସାମିଲ ହୋଇଥିଲେ l ଘଟଣା ନେଇ ପ୍ରଥମେ ଜିଲ୍ଲାପାଳ ଓ ପରେ ଏସ୍ପିଙ୍କୁ ଭେଟି ଦାବି ଜଣାଇଛନ୍ତି l କାହାର ଚାପରେ ମିଥ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସେମାନେ ଦାବି କରିଛନ୍ତି l ତେବେ ଘଟଣାର ତଦନ୍ତ କରି ଆଇନ୍ ଅନୁସାରେ ପଦକ୍ଷେପ ନେବାକୁ ଏସ୍ପି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ନିବେଶ ପାଣିଗ୍ରାହୀ l କେବଳ ଏହି ଘଟଣା ନୂହେଁ ଜିଲ୍ଲାରେ ଦୁର୍ନୀତି ଖବର ପରିବେଷଣ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ସହ ମିଥ୍ୟା କେସ୍ କରାଯାଉଥିବା ନଜିର ରହିଛି l ଏଭଳି ଦୁର୍ନୀତିଗ୍ରସ୍ତ ନେତାଙ୍କ ଯୋଗୁଁ ନିର୍ଭୀକ, ନିରପେକ୍ଷ ସାମ୍ବାଦିକତା ଆଜି ସଙ୍କଟରେ l