ନାଲକୋ କର୍ପୋରେଟ ଅଫିସରେ ସ୍ଵାଧୀନତା ଦିବସ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ନାଲକୋ ନବରତ୍ନ କମ୍ପାନୀ ପକ୍ଷରୁ 79 ତମ ସ୍ୱଧୀନତା ଦିବସ ପାଳନ କରାଯାଇଛି I ଭୁବନେଶ୍ବର ନାଲକୋ କର୍ପୋରେଟ ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମଡି ବିଜେନ୍ଦ୍ର ପ୍ରତାପ ସିଂ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏ ଅବସରରେ ସେ ଉଦବୋଧନ ଦେଇ କହିଥିଲେ ଯେ, ପ୍ରତ୍ୟେକ ନାଲକୋନିୟାନ୍ ସେମାନଙ୍କର ଦେଶପ୍ରତି ସମର୍ପଣକୁ ଶକ୍ତିଶାଳୀ କରିବା ସହ ନିଜ ନିଜ କ୍ଷେତ୍ରରେ ପରିବର୍ତ୍ତନ ଆଣିଲେ ଉତ୍କୃଷ୍ଟତାର ଚାମ୍ପିୟନ୍ ହୋଇ ପାରିବେ l ସ୍ଵାଧୀନତା ଦିବସ ପାଳନ ଅବସରରେ ଭୁବନେଶ୍ୱରର KISS ଛାତ୍ରଛାତ୍ରୀମାନେ ଏକ ଆକର୍ଷଣୀୟ ଦେଶାତ୍ମବୋଧକ ଏବଂ ଜନଜାତି ନୃତ୍ୟ ପ୍ରଦର୍ଶନ କରିଥିଲେ l ଯେଉଁମାନେ କି ‘ପ୍ରୋଜେକ୍ଟ ଇନ୍ଦ୍ରଧନୁଷ୍’ର ଲାଭାର୍ଥୀ, ଯାହା NALCOର CSR ପ୍ରୟାସ ଭାବେ ଜନଜାତୀୟ ଶିଶୁମାନଙ୍କର ଶିକ୍ଷାକୁ ସମର୍ଥନ ଦେଉଛି l ସ୍ଵାଧୀନତା ଦିବସ ଭୁବନେଶ୍ବର କର୍ପୋରେଟ୍ ଅଫିସ ସହ ଏହାର ସମସ୍ତ ୟୁନିଟ୍ ଏବଂ ଅଫିସରେ ମହାସମାରୋହରେ ପାଳନ କରାଯାଇଛି I