ଏନ୍ଏନ୍ ବ୍ୟୁରୋ l ସାରା ଦେଶରେ 79 ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିବା ବେଳେ ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟରେ ମଧ୍ୟ ଏହି ଦିବସକୁ ଧୁମଧାମରେ ପାଳନ କରାଯାଇଛି I ଏଥିରେ ପୌରାଧ୍ୟକ୍ଷା ଲିକା ସାହୁ ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ସଂଗ୍ରାମୀଙ୍କ ବିଷୟରେ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତ କାଉନସିଲର, କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ରାଜେନ୍ଦ୍ର ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତୀରେ ଧୂପ ଫୁଲ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ଏହାପରେ ପୌରାଧ୍ୟକ୍ଷା ଲିକା ସାହୁ ପୁରୁଣା ରାଜବାଟି, ନାଲଖଣ୍ଡିପଡା ମାଁ ଗଜଲକ୍ଷ୍ମୀ ପୂଜା ଚେରେଟେବୁଲ ଟ୍ରଷ୍ଟ ସହ ସହରର ବିଭିନ୍ନ ଜାଗାରେ ପତାକା ଉତ୍ତୋଳନ କରିଥିଲେ l ଏହାପରେ ପୌରାଧ୍ୟକ୍ଷା ଲିକା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଭୀମଭୋଇ ମେଡିକାଲ କଲେଜ ପରିଦର୍ଶନ କରିଥିଲେ l ସେଠାରେ ବିଭିନ୍ନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ଦେଖିବା ସହ ସୁଖା ଖାଦ୍ୟ ବଣ୍ଟନ କରିଥଲେ l

ଅପରାହ୍ନରେ ବଲାଙ୍ଗିର ଖୁଜେନପାଲି ଖେଳପଡିଆରେ ଚାଲିଥିବା ମନସୁନ୍ ଇଣ୍ଡିପେଣ୍ଡେଣ୍ଟ ଚମ୍ପିୟନ କପ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିଲେ ଲିକା ସାହୁ l ବଲାଙ୍ଗିର ସିଦ୍ଧିବିନାୟକ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଶେଷରେ ବିଜୟୀ ପୁରୀ ଦଳକୁ ଚମ୍ପିୟନ ଟ୍ରଫି ପ୍ରଦାନ କରିଥିବା ବେଳେ ପରାଜିତ କନ୍ଧମାଳ ଦଳକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ।
