ବଲାଙ୍ଗିର ଇଣ୍ଡୋର୍ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଉଦଘାଟିତ

ଓଡ଼ିଶାଖେଳବଡ଼ ଖବର

ଏନ୍ଏନ୍ ନ୍ୟୁଜ୍। ବଲାଙ୍ଗିର ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ପଡିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ସେହିପରି ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଓଡିଶା ବ୍ୟାଡମିଣ୍ଟନ ସଙ୍ଘ ଓ ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଙ୍ଘର ମିଳିତ ଆନୁକୁଲ୍ୟରେ ଆହୋଜିତ ଏହି ପ୍ରତିଯୋଗିତାରେ
୧୫ ବର୍ଷରୁ କମ ଓ ୧୭ ବର୍ଷରୁ କମ ଉଭୟ ବାଳକ ବାଳିକା ବର୍ଗର ଖେଳାଳି ଅଂଶ ଗ୍ରହଣ କରିଛନ୍ତି। ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଏଥିରେ ରାଜ୍ୟର ସବୁ ଜିଲ୍ଲାର ଖେଳାଳି ଅଂଶଗ୍ରହଣ କରିବା ସହ ରାଜ୍ୟ ବାହାରର ଟେକ୍ନିକାଲ ଅଫିସର ମଧ୍ୟ ସାମିଲ ହୋଇଛନ୍ତି। ହେଲେ ଖେଳାଳିଙ୍କ ପ୍ରଦର୍ଶନ ଅନୁସାରେ ସେମାନଙ୍କୁ ରାଜ୍ୟସ୍ତରୀୟ ରାଙ୍କ ମିଳିବ ବୋଲି କହିଛନ୍ତି ସଂଘର ସମ୍ପାଦକ ସୁରୁଲାଲ୍ ମଟାରୀ। ଏଥିରେ ସଂଘର କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଜିଲ୍ଲା ସଂଯୋଜକ ଆଦିତ୍ୟ କେଜ୍ରିୱାଲ ପ୍ରମୁଖ ସହଯୋଗ କରୁଛନ୍ତି। ଆଜିଠାରୁ ୨୩ ତାରିଖ ଯାଏ ତିନି ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନସିପରେ ଦୁଇ ଶହରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିବା ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply