ବଲାଙ୍ଗିର ମିନର୍ଭା ଜ୍ୱେଲର୍ସ ଉପରେ ଜିଏସଟି ଚଢ଼ାଉ

ଓଡ଼ିଶାବଡ଼ ଖବରବ୍ୟବସାୟ

ଏନ୍ଏନ୍ ନ୍ୟୁଜ୍। ଧନତେରସର ଦିନକ ପୂର୍ବରୁ ମିନର୍ଭା ଜ୍ୱେଲର୍ସରେ ଜିଏସଟି ରେଡ। ଜିଏସଟି ଫାଙ୍କିବା ଅଭିଯୋଗରେ ବଲାଙ୍ଗିର ରାମଜୀପଡା ସ୍ଥିତ ମିନର୍ଭା ଅଳଙ୍କାର ଦୋକାନରେ ଜିଏସଟି ଟିମ୍ ଏହି ଚଢ଼ାଉ କରିଛି। ବଲାଙ୍ଗିର ଜିଏସଟି ବିଭାଗ କର୍ତ୍ତୃପକ୍ଷ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଶୁକ୍ରବାର ଦିନ ୧୧ଟା ସମୟରୁ ମିନର୍ଭା ଗହଣା ଦୋକାନରେ ଜିଏସଟି ଟିମ୍ ଚଢାଉ କରିଥିଲା। ଗହଣା ଦୋକାନର ଜିଏସଟି ପେମେଣ୍ଟ ସମ୍ପର୍କିତ ସମସ୍ତ ପ୍ରକାର କାଗଜପତ୍ର ଓ ସାମଗ୍ରୀକୁ ଚେକ୍ କରାଯାଇଥିଲା। ହେଲେ ଜିଏସଟି ପେମେଣ୍ଟ୍ ନେଇ ସବୁ କାଗଜପତ୍ର ଦେଖାଇବା ପାଇଁ କିଛି ଦିନ ସମୟ ଦିଆଯାଇଛି। ତେବେ ଜିଏସଟି ଫାଙ୍କିବା ଜଣା ପଡ଼ିଲେ ମିନର୍ଭା ଜ୍ୱେଲର୍ସ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଏସଟି ଉପ ନିର୍ଦ୍ଦେଶକ କିଶୋର ମେହେର ସୂଚନା ଦେଇଛନ୍ତି। ଏବଂ ପେନାଲ୍ଟି ଓ ଫାଇନ ଆଦାୟ କରାଯିବ ବୋଲି ସେ କହିଛନ୍ତି। ସେପଟେ ଏନେଇ ମିନର୍ଭା ଜ୍ୱେଲର୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଏହାର କିଛି ବର୍ଷ ପୂର୍ବରୁ ବଲାଙ୍ଗିର ଅରୁନ୍ଧତୀ ଜ୍ୱେଲର୍ସ ଉପରେ ମଧ୍ୟ ଜିଏସଟି ବିଭାଗ ଚଢ଼ାଉ କରିଥିଲା।

Leave a Reply