ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲା ବିଲାଇସର୍ଡା ମିନି ଷ୍ଟାଡିୟମରେ ଚାଲିଥିବା ୩୬ତମ ଅଲ ଓଡିଶା ରାଧାଶ୍ୟାମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚ ବରଗଡ଼ ଓ ସୋନପୁର ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ l ଫଳରେ ଟାଇବ୍ରେକରର ସହାୟତା ନିଆଯାଇଥିଲା I ହେଲେ ପ୍ରଥମ ଟାଇବ୍ରେକରରେ ବି ମ୍ୟାଚ୍ ଡ୍ର ରହିଥିଲା I ପରେ ବରଗଡ଼ ଦଳକୁ ଗୋଟିଏ ଗୋଲ ଦେଇ ସୋନପୁର ବିଜୟୀ ଘୋଷିତ ହୋଇଥିଲା I ଫାଇନାଲ ମ୍ୟାଚରେ ପୁଇଁତଳା ବ୍ଳକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ସରପଞ୍ଚ ସୁଶାନ୍ତ କୁମାର ଛତ୍ରୀଆ, କମିଟି ସଭାପତି ଭରତ ଭୂଷଣ ପ୍ରଧାନ, କିଶୋର ବିଶ୍ଵାଳ ଓ ମଧୁସୂଦନ ପ୍ରଧାନ ମଞ୍ଚାସୀନ ଥିଲେ I ତେବେ ଚାମ୍ପିଅନ୍ ଦଳକୁ ଟ୍ରଫି ସହ 20 ହଜାର ଟଙ୍କା ଦିଆଯାଇଥିବା ବେଳେ ରନର୍ସଅପ୍ ଦଳକୁ ଟ୍ରଫି ସହ 15 ହଜାର ଟଙ୍କା ପ୍ରଦାନ କରାଯାଇଥିଲା I
ପ୍ରଖ୍ୟାତ ଜ୍ୟୋତିର୍ବିଦ୍ ରାଧାଶ୍ୟାମ ଗୁରୁଙ୍କ ସ୍ମୃତିରେ ଗତ 23 ତାରିଖରୁ 36ତମ ଅଲ ଓଡିଶା ରାଧାଶ୍ୟାମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା I ସଭାପତି ଭରତ ଭୂଷଣ ପ୍ରଧାନ, ସମ୍ପାଦକ ଇଲାବ ବିଶ୍ଵାଳ ଓ କୋଷାଧ୍ୟକ୍ଷ ଜଗଦୀଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଶେଷ ହୋଇଛି I ରବିବାର ଫାଇନାଲ ମ୍ୟାଚରେ ବରଗଡ଼ ଦଳକୁ ପରାସ୍ତ କରି ସୋନପୁର ଟିମ୍ ଚାମ୍ପିଅନ୍ ହୋଇଛି I ଦୀର୍ଘ ସାତ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 8ଟି ଟିମ ସାମିଲ ହୋଇଥିଲେ I ସଂଜୀବ ସାହୁ ମ୍ୟାଚ ପରିଚାଳନା କରିଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ I