ହକି ବିଶ୍ଵକପ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ: ସିଏମ ନବୀନ

ଓଡ଼ିଶାଖେଳଦେଶ ଓ ବିଦେଶବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ହକି ବିଶ୍ଵକପ ପାଇଁ ଜୋରଦାର ପ୍ରସ୍ତୁତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୁଷ ହକି ବିଶ୍ବକପ ୨୦୨୩ର ଆୟୋଜନ ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଓଡ଼ିଶାରେ କ୍ରୀଡ଼ା ମହୋତ୍ସବର ସଫଳତା ଲାଗି ମୁଖ୍ୟମନ୍ତ୍ରୀ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଏବଂ ହକି ବିଶ୍ବକପ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହେଲେ ହକି ବିଶ୍ବକପ ପ୍ରସ୍ତୁତିରେ ସହଯୋଗ ପାଇଁ କେନ୍ଦ୍ର ସରକାର ତଥା ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାରେ ଏଭଳି ଆୟୋଜନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରକୁ ପ୍ରଶଂସା କରିଛନ୍ତି। ଲଗାତାର ଦ୍ଵିତୀୟ ଥର ପାଇଁ ବିଶ୍ବକପ ହକି ଆୟୋଜନ ପରି ବିରଳ ଘଟଣାକୁ ପାଠ୍ୟକ୍ରମରେ ସ୍ଥାନ ଦେବା ସହ ସହରର ସ୍ବଚ୍ଛତା ପାଇଁ ନାଗରିକଙ୍କୁ ସାମିଲ କରିବା ପାଇଁ ମତ ରଖିଛନ୍ତି। ତାସହ ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବାକୁ ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ବିଶ୍ବକପ ଆୟୋଜନ ସାରା ବିଶ୍ବରେ ଓଡ଼ିଶାର ପ୍ରତିଷ୍ଠା ବଢ଼ାଇଛି ବୋଲି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମତ ରଖିଛନ୍ତି। ଏବଂ କ୍ରୀଡ଼ା ଉନ୍ନତିରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇଛନ୍ତି। ସେପଟେ ବିଶ୍ଵକପ ଆୟୋଜନରେ ଓଡ଼ିଶାର ସହ ସାରା ଦେଶର ସମ୍ମାନ ଜଡ଼ିତ ଥିବାରୁ ମିଳିମିଶି କାମ କରିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply