ନବନୀତା ବ୍ୟୁରୋ। ଜଙ୍ଗଲ ଭିତରୁ ଯୁବକଙ୍କ ରକ୍ତଯୁଡୁବୁଡୁ ମୃତଦେହ ଉଦ୍ଧାର l ମୃତ ଯୁବକ ଜଣକ ଡୁମେରଝରନ ଗାଁର ଶତ୍ରୁଘ୍ନ ପଟେଲ। ହେଲେ ଶତ୍ରୁଘ୍ନଙ୍କୁ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।ସଂଘବଦ୍ଧ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇ ଦୁର୍ବୃତ୍ତ ଫେରାର ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଉଦ୍ଧାର କରି ପୋଲିସ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇଛି। ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ ଦେଖାଦେଇଛି l ଏନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ହେଲେ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ଘଟିଛି ପୋଲିସ ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ।
ଜମିବାଡ଼ି ବିବାଦକୁ ନେଇ ହାଣିଦେଲେ !
