ନବନୀତା ବ୍ୟୁରୋ I ବଲାଙ୍ଗିର ଡୁମେରଝରନ ଶତ୍ରୁଘ୍ନ ପଟେଲ ହତ୍ୟା ଘଟଣାର ଧରା ପଡ଼ିଲା ଅଭିଯୁକ୍ତ। ଅଭିଯୁକ୍ତ ଗୌତମ ନାଏକକୁ ଗିରଫ କରିଛି ସଦର ଥାନା ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଓ ପଥରକୁ ଜବତ କରାଯାଇଛି l ହେଲେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି।
ପୋଲିସ ସୂଚନା ଅନୁସାରେ, ଗତ ୨୪ ତାରିଖରେ ଶତୃଘ୍ନକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯାଇ ଥିଲା। ହେଲେ ୨୫ ତାରିଖରେ ଜଙ୍ଗଲ ଭିତରୁ ତାଙ୍କର ରକ୍ତଯୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା l ପରିବାର ଲୋକେ ଶତ୍ରୁଘ୍ନଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିବା ପରେ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏବଂ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। କିନ୍ତୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡ ଘଟିଥିବା ଅତିରିକ୍ତ ଏସପି ଆଲୋକ ଜେନା କହିଛନ୍ତି l