ହେଟମାୟାର ଓ ହୋପଙ୍କ ଶତକୀୟ ପାରି, ୮ ୱିକେଟରେ ହାରିଲା ଭାରତ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ହେଟମାୟାର ଓ ହୋପଙ୍କ ସାନଦାର୍ ଶତକୀୟ ପାରି ଯୋଗୁଁ ହାରିଲା ଟିମ୍ ଇଣ୍ଡିଆ। ୮ ୱିକେଟରେ ଭାରତକୁ ପରାସ୍ତ କଲା ୱେଷ୍ଟ ଇଣ୍ଡିଜ। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତିନି ଦିନିଆ ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ମ୍ୟାଚ୍ ହାତରୁ ଖସି ଯାଇଛି। ଏହି ମ୍ୟାଚରେ ୮ ୱିକେଟରେ ଟିମ୍ ଇଣ୍ଡିଆ ପରାଜିତ ହେବା ସହ ତିନି ଦିନିଆ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ୧-୦ ରେ ଆଗୁଆ ରହିଛି।

ଟସ୍ ଜିତି ୱେଷ୍ଟ ଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ହେଲେ ଶ୍ରେୟସ୍ ଆୟର ଓ ରିଷଭ୍ ପନ୍ତ ଭାରତର ସମ୍ମାନ ରକ୍ଷା କରିଥିଲେ। ଆୟର ଓ ପନ୍ତ ଅର୍ଦ୍ଧଶତକିୟ ଦମରେ ୫୦ ଓଭରରେ ୮ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ଭାରତ। ୱେଷ୍ଟ ଇଣ୍ଡିଜ ଆଗରେ ଜିତ ଲାଗି ୨୮୮ ରନର ଟାର୍ଗେଟ ରଖିଥିଲା।

ଜବାବରେ ୨୮୮ ରନର ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା କାର୍ବିଆନ ଟିମ୍। ହେଟମାୟାର ୧୩୯ ରନ୍ ଓ ଗୋପଙ୍କ ଅପରାଜିତ ୧୦୨ ରନର ଶତକୀୟ ପାରି ଯୋଗୁଁ ମ୍ୟାଚ୍ ୮ ୱିକେଟରେ ଜିତ ହାସିଲ କରିଥିଲେ। କାରବିଆନ୍ ଟିମ୍ ୪୭.୫ ଓଭରରେ ୨ ୱିକେଟରେ ୩୯୧ ରନ୍ କରିବା ସହ ସିରିଜ ୧-୦ ରେ ଆଗୁଆ ରହିଛି।