ବଲାଙ୍ଗିରରେ ଦୁଇ ଦିନରେ ୩୦୧ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଦୁଇ ଦିନରେ ରେକର୍ଡ ସଂଖ୍ୟକ ରକ୍ତଦାନ। ଉଦଘାଟନୀ ଉତ୍ସବରେ ୧୧୦ ଓ ଦ୍ବିତୀୟ ଦିନରେ ୧୯୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଗତ ୧୩ ତାରିଖରୁ ବଲାଙ୍ଗିର ଜିଲ୍ଲା ପେଲେସ୍ ଲାଇନ୍ ସ୍ଥିତ ମୀନା ଟେଣ୍ଟ ହାଉସ ପରିସରରେ ଚାଲିଥିବା ତିନି ଦିନିଆ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ପ୍ରଥମ ଓ ଦ୍ବିତୀୟ ଦିନରେ ମୋଟ ୩୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ତଥା ଶିବିରର ଉଦଯାପନୀ ଉତ୍ସବ। ଏଥିରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ରକ୍ତଦାନ ଶିବିରର ଦ୍ବିତୀୟ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ଦେଓଗାଁ ବ୍ଲକ ଅଞ୍ଚଳର ୧୯୧ ଜଣ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଓଡ଼ିଶା ମୋ ପରିବାରର ବଲାଙ୍ଗିର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ (ବିନୁ)ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ତେବେ ଦ୍ବିତୀୟ ଦିନରେ ୧୯୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଛି। ଏହି ଶିବିରକୁ ସଫଳ କରିବା ପାଇଁ ଦେଓଗାଁ ବ୍ଲକର ସମସ୍ତ କର୍ମକର୍ତ୍ତା ଓ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ, ଯୁବ, ଛାତ୍ର ଓ ମହିଳା ନେତ୍ରୀମାନେ ଉପସ୍ଥିତ ରହିଥିଲେ।
ସେହିପରି ରକ୍ତଦାନ ଶିବିରର ଉଦଘାଟନୀ ଉତ୍ସବରେ ୧୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟନାୟକ ଏଥିରେ ଯୋଗ ଦେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହା ବ୍ୟତୀତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ସାମିଲ ହୋଇଥିଲେ। ସ୍ଵେଚ୍ଛାକୃତ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ସହ ଜିଲ୍ଲା ବନବିଭାଗ ଅଧିକାରୀଙ୍କ ସହଯୋଗରେ ଗୋଟିଏ ଲେଖାଏଁ ଚାରା ପ୍ରଦାନ କରାଯାଇଥିଲା। କୋଭିଦ୍ ମହାମାରୀ ସମୟରେ ରାଜ୍ୟରେ ରକ୍ତର ଅଭାବ ଦୂର୍ କରିବା ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ରାଜ୍ୟସାରା ସପ୍ତାହ ବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ବଲାଙ୍ଗିର ଜିଲ୍ଲାରେ ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂଦେଓ ଓ ଯୁବ ନେତା ଅର୍କେଶ୍ ନାରାୟଣ ସିଂଦେଓଙ୍କ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।

Leave a Reply