ନବନୀତା ବ୍ୟୁରୋ l ଆଜି ପବିତ୍ର ଧନତେରସ ତଥା ଧନ ତ୍ରୟୋଦଶୀ I ମାତା ଲକ୍ଷ୍ମୀ, ଭାଗବାନ କୁବେର ଧନ୍ଵନ୍ତରୀଙ୍କ ପୂଜା କରାଯାଏ l ଏହାବ୍ୟତୀତ ଏହି ଦିନ କିଣାବିକାର ଏକ ବିଶେଷ ଗୁରୁତ୍ଵ ରହିଛି I ବିଶେଷକରି ସୁନା, ରୂପା ଓ ବାସନ ତଥା ଅନ୍ୟ ଧାତୁ କିଣିବା ପରମ୍ପରା ରହିଛି I କିମ୍ବଦନ୍ତୀ ଅନୁସାରେ ଏହି ଦିନ ସମୁଦ୍ର ମନ୍ଥନ ବେଳେ ଲକ୍ଷ୍ମୀ ପ୍ରକଟ ହୋଇଥିଲେ ଏବଂ ସାଥିରେ ସମୃଦ୍ଧି ଆଣିବା ସହ ଧନ ଦେବତା କୁବେର ବି ଆସିଥିଲେ l ତେଣୁ ଏହି ଦିନ ଆପଣ ଯାହା ବି କିଣିବେ ପୁରା ବର୍ଷ ଲାଭ ମିଳିବାର ବିଶ୍ବାସ ରହିଛି I ତେବେ ଧନତେରସରେ କିଣାବିକାର ଶୁଭ ମୁହୂର୍ତ୍ତ, ପୂଜାବିଧି ଓ ମନ୍ତ୍ର ଉପରେ ଜାଣନ୍ତୁ l
ପୂଜା ମୁହୂର୍ତ୍ତ
ଧନତେରସର ଆଜି ପ୍ରଦୋଷ ସମୟ ସନ୍ଧ୍ୟା 5.48 ମିନିଟରୁ ଆରମ୍ଭ ହୋଇ ରାତି 8.20 ମିନିଟ୍ ଯାଏ ଚାଲିବ l ବୃଷଭ ସମୟ ସନ୍ଧ୍ୟା 7.16 ମିନିଟରୁ ଆରମ୍ଭ ହୋଇ 9.11 ମିନିଟ୍ ଯାଏ ରହିବ l ହେଲେ ପୂଜା କରିବାର ସମୟ ସନ୍ଧ୍ୟା 7.16 ମିନିଟରୁ ରାତି 9.11 ମିନିଟ୍ ପର୍ଯ୍ୟନ୍ତ ରହିବ l
କିଣିବାର ଶୁଭ ମୁହୂର୍ତ୍ତ
ଧନତେରସରେ କିଣିବାର ଶୁଭ ମୁହୂର୍ତ୍ତ ସକାଳ 8.50 ମିନିଟରୁ 10.33 ମିନିଟ୍ ଯାଏ ରହିବ l ସେହିପରି ଅଭିଜିତ ମୁହୂର୍ତ୍ତରେ ଦ୍ୱିପହର 12.1 ମିନିଟରୁ 12.48 ମିନିଟ୍ ପର୍ଯ୍ୟନ୍ତ ରହିବ l ତେବେ ଲାଭ ଉନ୍ନତି ସମୟ ଦ୍ୱିପହର 1.51 ମିନିଟରୁ 3. 18 ମିନିଟ୍ ଯାଏ ରହିବ l
ପୂଜା ପଦ୍ଧତି
ଧନ୍ଵନ୍ତରୀଙ୍କ ପୂଜା ପ୍ରଦୋଷ କାଳରେ ଭଗବାନ ଧନ୍ଵନ୍ତରୀଙ୍କ ମୂର୍ତ୍ତିକୁ ଉତ୍ତର ପୂର୍ବ ଦିଗରେ ରଖନ୍ତୁ l ଦୀପ ଜାଳିବା ସହ ଧୂପ, ଫୁଲ, ଅକ୍ଷତ ହଳଦୀ, କୁମକୁମ ଅର୍ପଣ କରି ଓମ୍ ଧନ୍ଵନ୍ତରାୟେ ନମଃ ମନ୍ତ୍ର ଜପ କରନ୍ତୁ l
ଲକ୍ଷ୍ମୀ ପୂଜା: ଧନତେରସରେ ମା ଲକ୍ଷ୍ମୀଙ୍କ ପୂଜା କଲେ ସୌଭାଗ୍ୟ, ଧନ ଓ ସମୃଦ୍ଧିର ଆଶୀର୍ବାଦ ମିଳେ l ତେଣୁ ଏହି ଦିନ ଘର ସଫାସୁତୁରା କରିବାସହ ଦୀପ ଓ ଫୁଲରେ ରଙ୍ଗିନ୍ କରି ଲକ୍ଷ୍ମୀ ପୂଜା କରନ୍ତୁ l
ଭଗବାନ କୁବେରଙ୍କ ପୂଜା: ଭଗବାନ କୁବେରଙ୍କ ପୂଜା କରିବା ପାଇଁ ସକାଳେ ଗାଧୋଇ ସଫା କପଡ଼ା ପିନ୍ଧନ୍ତୁ l ପୂଜା ଜାଗା ସଫା କରିବା ସହ ଗୋଟିଏ ଚୌକିରେ କୁବେରଙ୍କ ମୂର୍ତ୍ତି କିମ୍ବା ଫଟୋକୁ ସ୍ଥାପନା କରନ୍ତୁ l ଦୀପ ଜାଳି, ଚନ୍ଦନ ଲଗାଇବା ସହ ଧୂପ, ଫୁଲ, ଫଳ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ l ଓମ୍ ଲକ୍ଷ୍ମୀ କୁବେରାୟ ନମଃ ଜପ କରନ୍ତୁ l
