ବଲାଙ୍ଗିର ଓଷ୍ଟା ଜୋନର ନୂତନ କର୍ମକର୍ତ୍ତା ମନୋନୀତ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ଖୁଜେନପାଲି ଭଗବାନ ବିଦ୍ୟାମନ୍ଦିରଠାରେ ବଲାଙ୍ଗିର ଓଷ୍ଟା ଜୋନର ସାଂଗଠାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସଭାପତି ସୁରେଶ ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ଉପସଭାପତି ସୁଧିର କୁମାର ନାଏକ, ରାଜ୍ୟ ସଂପାଦିକା ରଂଜିତା ମିଶ୍ର, ଜିଲ୍ଲା ସଭାପତି ପ୍ରଦୀପ କୁମାର ପଟେଲ, କାର୍ଯ୍ୟକାରୀ ସଭାପତି ଅନିଲ କୁମାର ସାହୁ, ଜିଲ୍ଲା ସଂପାଦକ ଶଙ୍କର ପ୍ରସାଦ ମିଶ୍ର, ଜିଲ୍ଲା ଯୁଗ୍ମ ସଂପାଦକ ଶୁଭେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା-ଉପସଭାପତି ପ୍ରଣତି ପାଣିଗ୍ରାହୀ, କାର୍ଯ୍ୟକାରୀ ସଦସ୍ୟା ପଦ୍ମାଳୟ ତ୍ରିପାଠୀ ଓ ପର୍ଯ୍ୟବେକ୍ଷକ ଭାବରେ ସଇଁନ୍ତଲା ବ୍ଲକ ସଂପାଦକ ମନୋଜ କୁମାର ବେହେରା ଓ ପାଟଣାଗଡ ବ୍ଲକ ସଂପାଦକ ସଂଜୀବ ହୋତା ଉପସ୍ଥିତ ଥିଲେ l ଏ ଅବସରରେ ବଲାଙ୍ଗିର ଜୋନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ସୁରେଶ କୁମାର ଷଡଙ୍ଗୀ, ଉପସଭାପତି ଜଗନ୍ନାଥ ସାହୁ ଓ ସଂଜୁଲତା ମିଶ୍ର, ସଂପାଦକ ସଂଜୟ କୁମାର ତ୍ରିପାଠୀ, ଯୁଗ୍ମ ସଂପାଦକ ସରୋଜ କୁମାର ମାଝୀ ଓ ସାଧନା ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ରଂଜନ କୁମାର ଆଚାର୍ଯ୍ୟ, ସରୋଜ କୁମାର ସାହୁ, ଲଲାଟ କେଶରୀ ପ୍ରଧାନ ଓ ସର୍ଜନ କୁମାର ପଟେଲ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ରୂପେ ସୁଧାନିଧି ମିଶ୍ର, ଇନ୍ଦ୍ରମଣି ସାହୁ, କୃଷ୍ଣଚନ୍ଦ୍ର ମିଶ୍ର ଓ ହରେକୃଷ୍ଣ ପୋଢ ମନୋନୀତ ହୋଇଥିଲେ । ଶେଷରେ ସୁରେନ୍ଦ୍ର କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ l