ପଶ୍ଚିମରେ କରୋନା ଅଣାୟତ୍ତ: ୧୬୯୨ ଛୁଇଁଲା ରୋଗୀ ସଂଖ୍ୟା, ୨ ମୃତ

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଓଡ଼ିଶା ଭଳି ପଶ୍ଚିମ ଓଡ଼ିଶାରେ ମଧ୍ୟ କରୋନା ସ୍ଥିତି ଅଣାୟତ୍ତ। ଆଜି ରାଜ୍ୟରେ ପୁଣି ୫୭୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୨୧୮, କଟକ ୪୬, ସୁନ୍ଦରଗଡ଼ ୪୪, ଯାଜପୁର ୪୦, ଖୋର୍ଦ୍ଧା ୩୭, ନୟାଗଡ଼ ୩୭, ଝାରସୁଗୁଡା ୩୧, ଗଜପତି ୨୫ ଏବଂ ପୁରୀରେ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି। ତାସହ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଥିବା ବେଳେ ମୃତକ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଏପଟେ ପଶ୍ଚିମ ଓଡ଼ିଶାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନା ସ୍ଥିତି ସମ୍ପୂର୍ଣ ଅଣାୟତ୍ତ। ପ୍ରତିଦିନ ଅନେକ ଜିଲ୍ଲାରୁ ନୂଆ ନୂଆ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ସଙ୍ଗୀନ ହୋଇଛି। ଆଜି ଗୋଟିଏ ଦିନରେ ୭୯ ରୋଗୀ ଚିହ୍ନଟ ସହ ମୋଟ ରୋଗୀ ସଂଖ୍ୟା ୧୬୯୨କୁ ବୃଦ୍ଧି ପାଇଛି। ତେବେ କରୋନାରେ କେବଳ ୨ ଜଣଙ୍କ ମୃତ୍ୟୁ ଘଟିଛି।
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରେ ୪୪, ଝାରସୁଗୁଡାରେ ୩୧, ବୌଦ୍ଧରେ ୩ ଓ ସମ୍ବଲପୁରରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୬୬୦ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ୪୪୯ ଜଣ ସକ୍ରିୟ ରହିଛନ୍ତି। ତେବେ ଜିଲ୍ଲାରେ ମହାମାରୀ କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିରରେ ୨୬୦ରୁ ୨୧୨ ସୁସ୍ଥ, ୪୮ ସକ୍ରିୟ, ବରଗଡ଼ରେ ୧୬୮ରୁ ୧୩୮ ସୁସ୍ଥ, ୨୯ ସକ୍ରିୟ ଓ ଜଣେ ମୃତ, ଝାରସୁଗୁଡାରେ ୧୬୫ରୁ ୧୨୬ ସୁସ୍ଥ, ୩୯ ସକ୍ରିୟ, ସମ୍ବଲପୁର ୧୧୧ରୁ ୫୬ ସୁସ୍ଥ, ୫୫ ସକ୍ରିୟ, ନୂଆପଡ଼ା ୮୬ରୁ ୮୨ ସୁସ୍ଥ, ୪ ସକ୍ରିୟ, କଳାହାଣ୍ଡି ୭୯ରୁ ୭୧ ସୁସ୍ଥ, ୮ ସକ୍ରିୟ, ଦେବଗଡ଼ ୬୬ରୁ ୬୧ ସୁସ୍ଥ, ୫ ସକ୍ରିୟ, ବୌଦ୍ଧ ୫୩ରୁ ୪୨ ସୁସ୍ଥ, ୧୧ ସକ୍ରିୟ ଓ ସୋନପୁର ୪୪ରୁ ୩୭ ସୁସ୍ଥ ହୋଇଥିବା ବେଳେ ୭ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।