ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୨୫ କରୋନା ଚିହ୍ନଟ, କଟକରେ ୯୨: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ?

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଭୟଙ୍କର ରୂପ ନେଉଛି କରୋନା। ଓଡ଼ିଶାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଥମିବାର ନା ନେଉନି, ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି ରୋଗୀ ସଂଖ୍ୟା। ଏପରିକି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୨୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୯୬ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୯ ଲୋକାଲ କେସ ବୋଲି ଜଣା ପଡିଛି। ଏଥିସହ ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୧୯୬ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୯ ଲୋକାଲ କେସ ବୋଲି ସୂଚନା ଦେଇଛି ସ୍ଵାସ୍ଥ୍ୟ ବିଭାଗ। ତେବେ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି କଟକ ଜିଲ୍ଲାରେ। ରେକର୍ଡ ସଂଖ୍ୟକ ୯୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ଏହି ଜିଲ୍ଲାରେ। ଏଥିସହ କଟକର ରୋଗୀ ସଂଖ୍ୟା ୩୧୧କୁ ବୃଦ୍ଧି ପାଇଛି। ସେହିପରି ଗଞ୍ଜାମରେ ୨୦, ଖୋର୍ଦ୍ଧାରେ ୧୯, ବାଲେଶ୍ଵର ୨, କେନ୍ଦ୍ରାପଡ଼ା ୪, ଭଦ୍ରକ ୫, ପୁରୀ ୧୫, ଜଗତସିଂପୁର ୧୩, ବଲାଙ୍ଗିର ୧୨, ସୁନ୍ଦରଗଡ଼ ୧, ନୟାଗଡ଼ ୭, ମୟୂରଭଞ୍ଜ ୯, କନ୍ଧମାଳ ୧୫, ଢେଙ୍କାନାଳ ୭, କଳାହାଣ୍ଡି ୩ ଓ ଅନୁଗୁଳରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏଯାଏ ୩୭୨୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୨୩୬ ସକ୍ରିୟ ରହିଛନ୍ତି। କରୋନା ମହାମାରୀ ରୋଗରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ୩ ଜଣଙ୍କ ମୃତ୍ୟୁ କରୋନା ରୋଗରେ ହୋଇନଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply