ନବନୀତା ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ କରୋନା ଅଣାୟତ୍ତ। ୪ ଶହ ଛୁଇଁଲାଣି କରୋନା ରୋଗୀ ସଂଖ୍ୟା। ଗତ କିଛି ଦିନ ହେଲା ଅସ୍ବାଭାବିକ ଭାବେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ପୁଣି ୨୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାକୁ ଚାରି ଦିନିଆ ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ, ଶୁକ୍ରବାରଠାରୁ ସୋମବାର ତଥା ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ଯାଏ ବଲାଙ୍ଗିର ଜିଲ୍ଲା ସଟଡାଉନ୍ ରହିବ। ଏ ସମୟରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବଂ ଗାଡି ଚଳାଚଳ ବନ୍ଦ ରହିବ। ଏପରିକି ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ଏହି ଆଦେଶ ଜୁଲାଇ ୩୦ ମଧ୍ୟ ରାତ୍ରରୁ ଲାଗୁ ହେବ।
