ପ୍ଲାଜମା ଦାନ ପ୍ରୋତ୍ସାହିତ ପାଇଁ ବଲାଙ୍ଗିର, ସମ୍ବଲପୁର ଗସ୍ତ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। କରୋନା ଥେରାପି ଚିକିତ୍ସା ପାଇଁ ଆଗେଇ ଆସିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ରାଜ୍ୟରେ ଜଣେ କରୋନା ରୋଗୀ ପ୍ଳାଜମା ଥେରାପି ଦ୍ଵାରା ସୁସ୍ଥ ହେବା ପରେ ଏହି ଚିକିତ୍ସା ପଦ୍ଧତିକୁ ଅଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ଵ ଦେଇଛନ୍ତି ନବୀନ। କରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ଏମାନେ ପ୍ରୋତ୍ସାହିତ କରିବେ।


ଏକ୍ରମରେ ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂ ଉଭୟ ଜିଲ୍ଲା ଗସ୍ତ କରିଥିଲେ। ବଲାଙ୍ଗିର ଜିଲ୍ଲାର ୩୦ ଜଣ ଓ ସମ୍ବଲପୁର ଜିଲାର ୨୦ ଜଣ କରୋନାକୁ ମାତ୍ ଦେଇଥିବା ବ୍ୟକ୍ତିଙ୍କୁ ଭେଟି ପ୍ଲାଜମା ଦାନ କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସମସ୍ତେ ପ୍ଲାଜମା ଦାନ କରିବାକୁ ସହମତି ପ୍ରକାଶ କରିଥିବା ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି। ତେବେ କରୋନା ରୋଗରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କୁ ମନ୍ତ୍ରୀ ଅନୁରୋଧ କରି କହିଛନ୍ତି ଯେ, ପ୍ଲାଜମା ଥେରାପି ଚିକିତ୍ସା ନପାଇଁ ସମସ୍ତେ ଆଗେଇ ଆସି ମାନବ ସମାଜର ହିତ ପାଇଁ ପ୍ଲାଜମା ଦାନ କରି କରୋନା ଯୁଦ୍ଧରେ ଜଣେ ଜଣେ ଆଗ ଧାଡ଼ିର ଯୋଦ୍ଧା ସାଜନ୍ତୁ।
ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ପ୍ଲାଜମା ଥେରାପି ଦ୍ଵାରା ଜଣେ କରୋନା ରୋଗୀ ସୁସ୍ଥ ହୋଇ ହୋଇଥିଲେ। ରାଜ୍ୟର ପ୍ରଥମ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ଅଦ୍ଭୁତପୂର୍ଣ୍ଣ ସଫଳତା ମିଳିଥିଲା। ଏହାପରେ ଏହି ପଦ୍ଧତିକୁ ଅଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply