ମଣିଷଠୁ ଜୀବଜନ୍ତୁଙ୍କୁ ବ୍ୟାପୁଛି କରୋନା? କୁକୁର ପରେ ଏବେ ବିଲେଇ ସଂକ୍ରମଣ!

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ, ଭୁବନେଶ୍ୱର। କୁହାଯାଉଛି ଯେ କରୋନା ଭାଇରସ ସଂକ୍ରମଣ କେବଳ ମଣିଷଠୁ ମଣିଷକୁ ବ୍ୟାପିଥାଏ। ହେଲେ ଏକଥା ଭୁଲ ପ୍ରମାଣିତ ହେବାକୁ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଚାଂଚଲ୍ୟକର ତଥ୍ୟ ବେଲଜିଅମରୁ ଆସିଛି। ବିଲେଇ ଦେହରେ କରୋନା ଭାଇରସ ସଂକ୍ରମଣ ମାମଲା ସାମନାକୁ ଆସିଛି। ରିପୋର୍ଟ ଅନୁସାରେ ବିଲେଇର କରୋନା ଭାଇରସ ଟେଷ୍ଟ ପଜିଟିଭ ଆସିଥିବା ଜଣାପଡିଛି।
ଗୋଟିଏ ସପ୍ତାହ ଆଗରୁ ବିଲେଇର ମାଲିକାଣୀ ବି କୋରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। କୁହାଯାଉଥିଲା କି, ବିଲେଇକୁ ଏହି ଭୂତାଣୁ ତାର ମାଲିକାଣୀ ମାଧ୍ୟମରେ ଆସିଥିବ। କାରଣ ଗୋଟିଏ ସପ୍ତାହ ପରେ ବିଲେଇ ମଧ୍ୟ ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପୂର୍ବରୁ ଏକ କୁକୁରକୁ କରୋନା ଭୂତାଣୁ ଲକ୍ଷଣ ମିଳିଥିଲା। ପରେ ତାର ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା।
ମାଲିକାଣୀଙ୍କ ଠାରୁ କୁକୁର ଦେହକୁ ଭୂତାଣୁ ପ୍ରବେଶ କରିବା ପରେ ତାକୁ ମେଡିକାଲରେ ଚିକିତ୍ସା କରି ଛାଡ଼ି ଦିଆଯାଇଥିଲା। ପରେ କୁକୁରର ମୃତ୍ୟୁ ଘଟିଥିଲା। ପୋଷ୍ଟମର୍ଟମରୁ ଜଣା ପଡିଲା ଯେ, କରୋନା ଭାଇରସ ଯୋଗୁଁ କୁକୁରର ମୃତ୍ୟୁ ଘଟିଛି। ଏହାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିବା ସହ ଏହା ପ୍ରଥମ ଘଟଣା ଯାହା କରୋନା ଭୂତାଣୁରେ କୁକୁର ସଂକ୍ରମିତ ହୋଇଛି। ବିଶେଷ କରି ମଣିଷରୁ ଜୀବଜନ୍ତୁଙ୍କୁ ବ୍ୟାପିବା ସମ୍ଭାବନା ବହୁତ୍ କମ। କିନ୍ତୁ କିଛି ମାମଲାରେ ଏହା ମଣିଷଠାରୁ ଜୀବଜନ୍ତୁଙ୍କୁ ମଧ୍ୟ ବ୍ୟାପିବା ସମ୍ଭାବନା ଥାଏ। ତେଣୁ ଘରେ ପୋଷା ଜୀବଜନ୍ତୁଙ୍କୁ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଯିବାକୁ ଦିଅନ୍ତୁ ନାହିଁ।
ମହାମାରୀ କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ ସାରିଲାଣି। ବିଶ୍ୱରେ ମୋଟ ସଂକ୍ରମିତ ସଂଖ୍ୟା ୭୧୬୧୦୧ ଥିବାବେଳେ ସେମଧ୍ୟରୁ ଭାରତରେ ଏହି ସଂଖ୍ୟା ହଜାରେ ଡେଇଁ ସାରିଲାଣି। ତେବେ କରୋନା ଭୂତାଣୁରେ ସବୁଠାରୁ ଅଧିକ ଇଟାଲୀରେ ମୃତ୍ୟୁ ବରଣ କରିଛନ୍ତି। ତେଣୁ କରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ସାରା ଦେଶରେ ଏପ୍ରିଲ୍ ୧୪ ତାରିଖ ଯାଏ ଲକ୍ ଡାଉନ୍ କରାଯାଇଛି।

Leave a Reply