ପାଣି ପିଇବା ଦ୍ଵାରା କଣ କରୋନା ଭୂତାଣୁ ବିପଦ ହ୍ରାସ ପାଏ, ପଢନ୍ତୁ

ଦେଶ ଓ ବିଦେଶବଡ଼ ଖବରସୋସିଆଲ ମେଡିଆସ୍ପେଶାଲ

ନବନୀତା ବ୍ୟୁରୋ, ଭୁବନେଶ୍ୱର। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ଔଷଧ କି ଟୀକା ଏଯାଏ ବାହାରି ନାହିଁ। କିନ୍ତୁ ଏହି ମହାମାରୀ ରୋଗର ସୁରକ୍ଷା ଓ ଉପାୟ ନେଇ ବିଭିନ୍ନ ପ୍ରକାର ରିସର୍ଚ୍ଚ ସାମନାକୁ ଆସିଛି। କରୋନା ଚିକିତ୍ସା ପାଇଁ କୌଣସି ଔଷଧ କି ଟୀକା ଉପଲବ୍ଧ ହୋଇ ନାହିଁ। ଏଭଳି ଘଡ଼ିସନ୍ଧି ସମୟରେ ଏକ ସକାରାତ୍ମକ ପରିଣାମ ନଜରକୁ ଆସିଛି। ଗୋଟିଏ ପଟେ କରୋନାରୁ ବର୍ତ୍ତିବା ପାଇଁ ସରକାର ଓ ସ୍ଵାସ୍ଥ୍ୟ ସଂସ୍ଥା ପରାମର୍ଶ ଦେଉଥିବା ବେଳେ ଅନ୍ୟପଟେ ସୋଶାଲ ମିଡ଼ିଆରେ ପ୍ରକାର ପ୍ରକାରର ଟିପ୍ସ ଦିଆ ଯାଉଥିବା ଦେଖିବାକୁ ମିଳୁଛି।
ସୋଶାଲ ମିଡ଼ିଆରେ ଦାବି କରାଯାଉଛି କି ପ୍ରତି ୧୫ ମିନିଟରେ ପାଣି ପିଇବା ଦ୍ଵାରା କରୋନା ଭୂତାଣୁ ବିପଦ ଟିକେ କମି ପାରେ। ଏପରିକି ପ୍ରତି ୧୫ ମିନିଟ ବ୍ୟବଧାନରେ ପାଣି ପିଇଲେ କରୋନା ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିବ। ସୋଶଲ ମିଡିଆରେ ଏନେଇ ଦାବି କରାଯାଇଛି ଯେ,ଆମେ ପାଟି ଓ ଗଳାକୁ ସବୁବେଳେ ଓଦା ରଖିବା ସହ ପ୍ରତି ୧୫ ମିନିଟ ବ୍ୟବଧାନରେ ପାଣି ପିଇବା ଆବଶ୍ୟକ। କାରଣ ଏ ରାସ୍ତା ଦେଇ କରୋନା ଭୂତାଣୁ ଆମ ଶରୀରକୁ ପ୍ରବେଶ କରିଥାଏ। ଏଥିପାଇଁ ପାଣି ପିଇବା ଦ୍ଵାରା ଖାଦ୍ୟନଳୀରୁ ଭୂତାଣୁ ଚାଲି ଯିବ ଓ ପେଟରୁ ଉତ୍ପନ୍ନ ଏସିଡରେ ବିନାଶ ହୋଇଯିବ। ତେବେ ଏନେଇ ଆମକୁ ଜାଣିବା ବହୁତ୍ ଜରୁରୀ କି ଏ ବାବଦରେ ବୈଜ୍ଞାନିକ ଓ ବିଶେଷଜ୍ଞ କଣ କହୁଛନ୍ତି।
ଲଣ୍ଡନ ସ୍କୁଲ ଅଫ୍ ହାଇଜିନ ଏଣ୍ଡ ଟ୍ରପିକାଲ ମେଡ଼ିସିନ୍ ଏପିଡେମୋଲଜିଷ୍ଟ୍ କଳ୍ପନା ସବାପୈଥି ବିବିସି ଫୁଚ୍ୟୁରକୁ କଥାବାର୍ତ୍ତାରେ କହିଛନ୍ତି ଯେ,ଏହାକୁ ଜନରାଲାଇଜ୍ କରିବା ସହ ସାମାନ୍ୟ ହିସାବରେ ପେଶ କରାଯାଇଛି। ତାଙ୍କ କହିବା କଥା ହେଲା ସଂକ୍ରମଣ କୌଣସି ଏକ ଭାଇରଲ ଦୃଷ୍ଟି କୋଣରୁ ହୁଏ ନାହିଁ ବରଂ ହଜାର ଲକ୍ଷ ଜିନିଷର ସମ୍ପର୍କରେ ଆସିବା ପରେ ହୋଇଥାଏ। ଏଥିପାଇଁ କେବଳ ଖାଦ୍ୟନଳୀ ସଫେଇ କରିବା ଦ୍ଵାରା ବହୁତ୍ ଅଧିକ ପ୍ରଭାବ ପଡ଼ିବ ନାହିଁ।
ସେ ଆହୁରି କହିଛନ୍ତି ଯେ ଏ ଥିଓରୀର ସମସ୍ୟା ହେଲା ଭୂତାଣୁକୁ କେବଳ ପେଟ ଯାଏ ପହଞ୍ଚାଇ ତାକୁ ମାରିବାକୁ ଦାବି କରାଯାଉଛି। ଖାଦ୍ୟନଳୀ ନୁହେଁ ନାକ ଦ୍ଵାରା ମଧ୍ୟ ଭାଇରସ ଶରୀରକୁ ପ୍ରବେଶ ପ୍ରବେଶ କରିବା ନେଇ ପୂର୍ବରୁ କୁହାଯାଇଛି। ଏଥିସହ ଆଖି କି ଅଲଗା ରାସ୍ତା ଦେଇ ମଧ୍ୟ ଶରୀରକୁ ପ୍ରବେଶ କରିଥାଇ ପାରେ। କୌଣସି ସଂକ୍ରମିତ ବ୍ୟକ୍ତି ଖାସିବା କିମ୍ବା ଛିଙ୍କିବା ଦ୍ଵାରା ଶ୍ୱାସ ଜରିଆରେ ଶରୀରକୁ ପ୍ରବେଶ କରି ସଂକ୍ରମିତ କରିପାରେ।
ଏଯାଏ ସ୍ପଷ୍ଟ ଜଣା ପଡିନି କି ଏହି ନୂଆ ଭାଇରସରେ ଏହା ଲାଗୁ ହେବ ନା ନାହିଁ। ଏପରିକି କରୋନା ଭାଇରସକୁ ଡାଇରିଆ ଭଳି ଲକ୍ଷଣ ବି କୁହାଯାଉଛି। ଚୀନ ବୈଜ୍ଞାନିକ ପାଚନ ତନ୍ତ୍ର ସଂକ୍ରମିତ ହେବା କାରଣ ମଧ୍ୟ ଡାଇରିଆ ବୋଲି କୁହାଯାଉଛି। ଗତ କିଛି ଦିନ ଆଗରୁ ଆସିଥିବା ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହାଯାଇଛି ଯେ, କରୋନା ସଂକ୍ରମିତ ବେମାରୀର ମଳରେ ବି ଭାଇରସ ଥାଇପାରେ। ତେଣୁ ଏ ତଥ୍ୟ ନେଇ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ମାଛି ଦ୍ଵାରା ସଂକ୍ରମଣ ବ୍ୟାପିବା ସମ୍ଭାବନା ନେଇ ଟୁଇଟ କରିଛନ୍ତି।
ତେବେ ପାଣି ପିଇବା ଦ୍ଵାରା କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଏଯାଏ କୌଣସି ବୈଜ୍ଞାନିକ ସ୍ପଷ୍ଟ କରି ନାହାନ୍ତି। ଏକ ପଠନ ଦ୍ଵାରା ଯାଞ୍ଚ କରାଯଇଛି ଯେ, ପାଣିରେ ଗର୍ଗିଲିଂ କଲେ ଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣ ରୋକା ଯାଇ ପାରିବ। ହେଲେ ଅନ୍ୟ ଏକ ପଠନରୁ ଜଣା ପଡିଛି ଯେ, ଏହା ଭାଇରସ ଉପରେ ଲାଗୁ ହେବ ନାହିଁ।
ସେ ଯାହା ହେଉନା କାହିଁକି ପାଣି ପିଇବା ଅଭ୍ୟାସ ଭଲ। ଏହା ଦ୍ବାରା ପେଟ ଓ ଚର୍ମ ସମ୍ବନ୍ଧି କୌଣସି ରୋଗ ହେବାକୁ ଦିଏ ନାହିଁ। କିନ୍ତୁ କରୋନା ଭାଇରସ ସଂକ୍ରମଣ ରୋକିବା ବାବଦରେ ଏନେଇ କୌଣସି ବୈଜ୍ଞାନିକ ସ୍ପଷ୍ଟ କରି ନାହାନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏ ଦାବି ନେଇ କୌଣସି ସ୍ପଷ୍ଟ ସାମନାକୁ ଆସି ନାହିଁ। ତେଣୁ ଏହାକୁ ବିଶ୍ୱାସ କରିବା ବିପଦ ଦୃଷ୍ଟି ହୋଇପାରେ।

Leave a Reply