ସଂସଦ ବଜେଟ୍ ଅଧିବେଶନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଆସନ୍ତା ୩୧ ତାରିଖରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। ଏଥିପାଇଁ ବିଜେଡ଼ି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ନବୀନ ନିବାସରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ବସିଥିଲା। କେଉଁ ପ୍ରସଂଗ ଉଠା ଯିବ, କେଉଁ ବିଷୟ ଉତଥାପନ କରା ନ ଯିବ ସେ ସମ୍ପର୍କରେ ଟିପ୍ସ ଦେଇଛନ୍ତି ନବୀନ। ତେବେ ବଜେଟ ଅଧିବେଶନରେ ଆହୁରି ଉତ୍ତମ ପ୍ରଦର୍ଶନ ସହ ଓଡ଼ିଶାର ଦାବିକୁ ଜୋରଦାର କରିବାକୁ ସଭାପତି ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି।

ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ପରେ ସାଂସଦ ପିନାକୀ ମିଶ୍ର ପ୍ରତିକ୍ରୟା ଦେଇ କହିଛନ୍ତି ଯେ, ରେଳ ବଜେଟ୍‌ରେ ଏଥର ଓଡ଼ିଶାକୁ ଅଧିକ ଅନୁଦାନ ଆଶା ଥିବା ସହ GST କ୍ଷତିପୂରଣ ଦାବି କରିବେ। ଏଥିସହ ପୋଲାଭରମ ଓ ମହାନଦୀ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଯିବ। ହେଲେ CAAକୁ ସମର୍ଥନ କରୁଥିବା ବେଳେ ଓ NRCକୁ ବିଜେଡ଼ି ବିରୋଧ କରୁଛି ବୋଲି ପିନାକୀ କହିଛନ୍ତି। ତେବେ ଏନ୍‌ପିଆର୍‌ରେ ବାପା ମାଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ଓଡ଼ିଶାରେ ବାଧ୍ୟତାମୂଳକ ନୁହଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ଏହାବାଦ ଜାତି ସମ୍ପର୍କରେ ତଥ୍ୟ ଦେବା ଜାଗାରେ ଏସ୍‌ସି ଓ ଏସ୍‌ଟି ସହ ଓବିସି ରଖିବାକୁ ଦାବି କରାଯାଇଥିବା ସେ କହିଛନ୍ତି

ଏଥିସହ ବିଧାନ ପରିଷଦ ପ୍ରସଙ୍ଗ ନେଇ ମଧ୍ୟ କଥା ଉଠିପାରେ। ଏନେଇ କେନ୍ଦ୍ର କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିନାକୀ ମିଶ୍ର। ତେବେ ଏଥିରେ କୌଣସି ରାଜନୀତି ନାହିଁ, ବରଂ ୩ ଦଳର ସମର୍ଥନ ରହି ଥିବା ସେ କହିଛନ୍ତି। ଏପରିକି ବିଧାନ ପରିଷଦ ପାଇଁ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ପିନାକୀ ମିଶ୍ର। ତାସହ କୋଇଲା ରୟାଲଟି, କ୍ଲିନ୍ ଏନର୍ଜି ସେସ୍ ବ୍ୟତୀତ ରାଜ୍ୟର ସ୍ୱାର୍ଥ ସମ୍ବଳିତ କଥା ଉଠାଇବା ପାଇଁ କୁହାଯାଇଛି ହେଲେ ଲୋକଙ୍କ ହିତ ପାଇଁ ବିଧାୟକଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସମସ୍ତ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବିଜେଡ଼ି ସଂସଦୀୟ ବୈଠକରେ ସାଂସଦ ପିନାକୀ ମିଶ୍ର, ଭର୍ତୃହରି ମହତାବ, ଅମର ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି, ମହେଶ ସାହୁ, ରମେଶ ମାଝି, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତା ପାତ୍ରଙ୍କ ସହ ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ।

Leave a Reply