ନବନୀତା ବ୍ୟୁରୋ I ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କ ଖାସ୍ କୁହାଯାଉଥିବା ଭରସୁଜା ସରପଞ୍ଚ ନିଲମ୍ବିତ I ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଭରସୁଜା ସରପଞ୍ଚ ପ୍ରମିଳା ସାହୁଙ୍କୁ ନିଳମ୍ବନ କରାଯାଇଛି I କୋଟି କୋଟି ଟଙ୍କା ଗଫଲା ଅଭିଯୋଗରେ ତାଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସସପେଣ୍ଡ କରାଯାଇଛି I ବିଜେଡି ସରକାର ଅମଳରେ ଦୁର୍ନୀତି କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ମହିଳା ସରପଞ୍ଚଙ୍କୁ ଏବେ ମହଙ୍ଗା ପଡ଼ିଛି । ସରକାରୀ ଅର୍ଥ ଆତ୍ମସାତ କରି ଏବେ ସରପଞ୍ଚ ପଦବୀ ହରାଇଛନ୍ତି ଭରସୁଜା ସରପଞ୍ଚ ପ୍ରମିଳା ସାହୁ I
ସୂଚନା ଅନୁସାରେ, ଛଅ ମାସ ପୂର୍ବରୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭରସୁଜା ପଞ୍ଚାୟତ ଅଧିକାରୀ ମଧ୍ୟ ଜେଲ ଯାଇଛନ୍ତି I ତେବେ ସରକାରୀ ଅଧିକାରୀ ପରେ ଏବେ ସରପଞ୍ଚଙ୍କ ପଦବୀ ମଧ୍ୟ ଯାଇଛି I ହେଲେଏହି ସରପଞ୍ଚ ଜଣକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କ ଏକାନ୍ତ ଆନୁଗତ୍ୟ ହୋଇଥିବା ବେଳେ ଅନେକ ସ୍ଥାନରେ ତାଙ୍କ ସହ ଫଟୋ ମଧ୍ଯ ରହିଛି I ପ୍ରମିଳା ବିଜେଡି ସମର୍ଥିତ ସରପଞ୍ଚ ହୋଇଥିବା ବେଳେ ନବୀନ ସରକାର ବେଳେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।