ସରିଲା ପ୍ରଚାର, ୨୨ରେ ଭୋଟ

ବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ପ୍ରଚାର ଶେଷ। ଆସନ୍ତା ୨୨ ତାରିଖରେ ମତଦାନ ଅନୁଷ୍ଠିତ ହେବ। ରବିବାର ପ୍ରଚାର ଶେଷ ଦିନରେ ନିର୍ବାଚନୀ ପ୍ରଚାର ମଇଦାନରେ ସବୁ ଦଳର ତୁଙ୍ଗ ନେତା ମାନେ କ୍ୟମ୍ପେନ୍ କରିଥିଲେ। ଦଳୀୟ କର୍ମୀଙ୍କ ସପକ୍ଷରେ ସାଧାରଣ ଜନତାଙ୍କୁ ଭୋଟ ମାଗିଥିଲେ ନେତା।

ପ୍ରଚାରର ଶେଷ ଦିନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ।
ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ ବେଲପଡ଼ା ବ୍ଲକରେ ହେବାକୁ ଥିବା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଶ୍ୱାମିତ୍ର ବିଶିଙ୍କ ସପକ୍ଷରେ ପ୍ରଚାର କରିଥିଲେ ମନ୍ତ୍ରୀ ସୁଶାନ୍ତ। ଏ ଅବସରରେ ତେନ୍ତୁଳିମୁଣ୍ଡା ପଂଚାୟତ ହେଡ କ୍ୱାର୍ଟରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀ ସପକ୍ଷରେ ଭୋଟ ଦେବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ। ଏଥିସହ ନିର୍ବାଚନ ପ୍ରଚାରର ଶେଷ ଦିବସରେ ଏକ ନିର୍ବାଚନୀ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ମନ୍ତ୍ରୀ ସୁଶାନ୍ତ ସିଂ, ଦଳୀୟ ପ୍ରାର୍ଥୀ ବିଶ୍ୱାମିତ୍ର ବିଶି ଓ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତ ଥିଲେ। ଏବଂ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷ ରେ ଭୋଟ ଭିକ୍ଷା କରିଥିଲେ। ସେହିପରି ବିଜେପି ଓ କଂଗ୍ରେସ ଦଳର ନେତା ମାନେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ।