ନବନୀତା ବ୍ୟୁରୋ। ବେଶ୍ୟା ଶବ୍ଦ ଶୁଣିଲେ ଅନେକ ନାସ୍ତିକ ଚିନ୍ତାଧାରା ମନରେ ଢେଉ ସଦୃଶ୍ୟ ଓଜାଡ଼ି ହୋଇଯାଇଥାଏ। ଏହା ମାନବ ସଭ୍ୟତା ର ସବୁଠାରୁ ଘୃଣ୍ୟ, ଅପବିତ୍ର, ବିଷାକ୍ତ ଶବ୍ଦ ମାନଙ୍କ ଠାରୁ ଅନ୍ୟତମ । ଶ୍ରାବଣୀ ଏପରି ଜଣେ ଝିଅ ଥିଲା ଯିଏ କି ଛୋଟ ଦିନରୁ ନିଜର ମାଁ ବାପାଙ୍କୁ ହରାଇ ଦେଇଥିଲା । ସେ ଯେତେବେଳେ ମୁଖ ଦର୍ପଣରେ ନିଜକୁ ଦେଖେ ସେ ଜାଣି ପାରେ ନାହିଁ କି ସେଇ ଚେହେରା ଟି ବାପା ଠୁ ଛିଣ୍ଡାଇଛି ନାଁ ମା ଠୁଁ । ସେ ଛୋଟ ଟେ ବେଳଠୁ ରାସ୍ତାରେ ବୁଲି ବୁଲି ଭିକ ମାଗି ଚାଲୁଥିଲା। ସେ ଅଧିକାଂଶ ସମୟ କୃଷ୍ଣ ମନ୍ଦିର ସାମ୍ନାରେ ବସି ଭିକ୍ଷା ଗ୍ରହଣ କରୁଥିଲା । ଦିନବେଳେ ସେ ନିର୍ଭୟରେ ରହି ଯାଉଥିଲା । ରାତ୍ରୀ ଆସିବା କ୍ଷଣି ଶ୍ରାବଣୀ ଥରି ଉଠୁଥିଲା । ଶ୍ରାବଣୀ ଭୂତ ପ୍ରେତ କି କୁକୁର କୁ ଭୟ କରୁନଥିଲା । ସେ ଡରୁଥିଲା ରାତ୍ରିଚର ଖଳଚରିତ୍ର ମଦ୍ୟପ ମାନଙ୍କୁ । ସେତେବେଳେ ଶ୍ରାବଣୀ କୁ ୧୬ ବର୍ଷ ଛୁଇଁ ସାରିଥିଲା । ମଲ୍ଲି ଫୁଲ ବାସେ ବୋଲି ତାକୁ କୁସୁମ – ରସିକ ଛିଣ୍ଡାଇ ତାର ବାସ୍ନା କୁ ଆଘ୍ରାଣ କରେ । ଗୋଟେ ରାତ୍ରୀରେ ଶ୍ରାବଣୀ ଖାଇ ପିଇ ଦେଇ ମନ୍ଦିର ବେଢ଼ାରେ ସୋଇଥାଏ। ରାତ୍ରୀ ଘଟିକା ୧୧ ହୋଇଥାଏ । ୩ ଜଣ ମଦ୍ୟପ ଲହରୀ ଲହରୀ ସେଇ ମନ୍ଦିର ସାମ୍ନା ରେ ପହଞ୍ଚିଲେ । ସବୁଆଡେ ସୁନ୍ ସାନ୍ ହୋଇଥାଏ । ଶ୍ରାବଣୀ ଅଯତ୍ନ ଭାବରେ ମନ୍ଦିର ବେଢାରେ ସୋଇଥିଲା । ମଦ୍ୟପ ତିନୋଟି ଯାଇ ଶ୍ରାବଣୀ ପାଖରେ ବସିଗଲେ । ଶ୍ରାବଣୀ ର କେତେକ ସମ୍ବେଦନଶୀଳ ଅଙ୍ଗକୁ ସେମାନେ ଆଉସିବାକୁ ଲାଗିଲେ ।ହେଲେ ଶ୍ରାବଣୀ ଦିନସାରା ଖରାରେ ଏତେ ବୁଲି ବୁଲି ଭିକ ମାଗିଥିଲା ଯେ ପ୍ ପ୍ରଥମେ ସେ ସେ ପଶୁ ଘୃଣ୍ୟ ସ୍ପର୍ଶ କୁ ଅନୁଭବ କରିପାରିଲେନି । ଯେତେବଳେ ସେମାନେ ପଶୁତ୍ଵ ର ମାତ୍ରା ବଢାଇ ବସିଲେ ସେ ଚମକି ପଡି ଉଥିପଡିଲା ଆଉ ଚିତ୍କାର କରିବାକୁ ପ୍ରୟାସ କଲା । କିନ୍ତୁ ଶ୍ରାବଣୀ ହରିଗଲା । ଶ୍ରାବଣୀ ର ବାରଣ , କ୍ରନ୍ଦନ ତଥା କରୁଣ ଗୁହାରି ସତ୍ତ୍ଵେ ତାକୁ ଟିକେ ବି ଦୟା କଲେ ନାହିଁ । ପାଖରେ ଥିବା ବଗିଚା କୁ ଘୋଷାଡି ଘୋଷାଡି ନେଇ ଗଲେ । ଶ୍ରାବଣୀ କାନ୍ଦି କାନ୍ଦି ଶକ୍ତିହୀନତା ର ଶିକାର ହୋଇ ହୋଇଯାଇଥିଲା ।
ସେ ଏମିତି ବି ଛିଣ୍ଡା କନା ଟିଏ ପିନ୍ଧିଥିଲା । ସେଇ ଛିଣ୍ଡା କନା କୁ ଆହୁରି ଟିକ୍ ଟିକ କରିଦେଲେ ଆଉ ଗୋଟେ ଗୋଟେ କରି ତାର ଯୌବନାତ୍ଵ କୁ ଛିଣ୍ଡାଇ ଛିଣ୍ଡାଇ ଖାଇଦେଲେ । ଶ୍ରାବଣୀ ର ଗଲା ଶୁଖି ଯାଉଥିଲା । ପରିଶେଷରେ ସେମାନେ ତାକୁ ଟିକିଏ ଦୟାକଲେ , କାଳେ ମରିଯିବି ଭାବି ତା ପାଟିରେ ମଦଟିକିଏ ଦେଇଦେଲେ । ଶ୍ରାବଣୀ ର ଚେତା ଚାଲି ଯାଇଥାଏ । ରାତି ରାତି ଗୋଟେ କପଡା ଯୋଗାଡ଼ କରି ଶ୍ରାବଣୀ କୁ ପିନ୍ଧାଇଦେଲେ ଆଉ ମନ୍ଦିର ସାମ୍ନା ରେ ଯେମିତି ସୋଇଥିଲା ସେମିତି ସୋଆଇଦେଲେ।
ସେ ଯେତେବେଳେ ଚେତା ଫେରି ପାଇଲା ତାର ଶରୀରର ସମ୍ବେଦନଶୀଳ ଅଙ୍ଗଗୁଡିକରେ ରକ୍ତାକ୍ତ ପଶୁ ପଞ୍ଝା ର ଦାଗ ଦେଖିଲା।ଖୁବ୍ କାନ୍ଦିଲା । ସେଇଦିନ ସେ ପ୍ରଥମ ଥର କହିଥିଲା ,” ମୁଁ ଏନ୍ତୁଡି ଶାଳରେ କାହିଁକି ମରିଗଲି ନାହିଁ”। ସେ ଏତେ ନିରୀହ ଥିଲା ଯେ ଆତ୍ମହତ୍ୟା ବି କରିପାରିଲା ନାହିଁ । ଏମିତି କିଛି ମାସ ବିତିଗଲା । ତାର ପେଟ ଧିରେ ଧିରେ ବଢ଼ିବାକୁ ଲାଗିଲା। ସେ ଭାବୁଥିଲା ବେଶୀ ଖାଇବାରୁ ପେଟ ସେମିତି ବଢୁଛି । ଲୋକେ ଯେତେବେଳେ ତାକୁ ଦେଖୁଥିଲେ ଛି …ଥୁ … ବେଶ୍ୟା ବୋଲି ସମ୍ବୋଧନ କରୁଥିଲେ । ଶ୍ରାବଣୀ ବେଶ୍ୟା ର ମାନେ ମୋଟୀ ଝିଅ ବୋଲି ଭାବୁଥିଲା ଆଉ ସେମାନଙ୍କ କଥା କୁ ଧ୍ୟାନ ଦେଉନଥିଲା । ମାସ ବଢ଼ି ବଢ଼ି ଯିବାରୁ ଶ୍ରାବଣୀ କୁ ଯନ୍ତ୍ରଣା ମଧ୍ୟ ହବାକୁ ଲାଗିଲା । ଶ୍ରାବଣୀ କଷ୍ଟ ସହି ନ ପାରି ଡାକ୍ତର ଖାନା କୁ ଗଲା । ଡାକ୍ତର ଯେତେବେଳେ କହିଲେ ସେତେବେଳେ ଶ୍ରାବଣୀ ଜାଣିଲା କି ସେ ମା ହବାକୁ ଯାଉଛି । ଡାକ୍ତର ଙ୍କ କଥା ଶୁଣି ଶ୍ରାବଣୀ ର ଚେତା ହଜିଗଲା । ବହୁତ୍ କାନ୍ଦିଲା ଶ୍ରାବଣୀ । ଶ୍ରାବଣୀ ଅବିବାହିତା ଗର୍ଭବତୀ ବୋଲି ଜାଣି ଡାକ୍ତର ମଧ୍ୟ ହିନ ଚକ୍ଷୁ ରେ ଦେଖିଲେ ଆଉ ଔଷଧ ଦେଇ ତଦିଦେଲେ । ନିନ୍ଦା ଅପମାନ ରେ ତାର ଜୀବନ ଜଳି ଯାଉଥିଲା । ଶ୍ରାବଣୀ ଚାହିଥିଲେ ଆତ୍ମହତ୍ୟା କରି ପାରିଥାନ୍ତା ହେଲେ ତା ଭିତରେ ଥିବା ମଣିଷ ପଣିଆ ତାକୁ ସେଇ କୁକର୍ମ କରିବାକୁ ବାଧା ଦଉଥିଲା । ୯ ମାସ ହୋଇଗଲା । ସେଇ କାଳରାତ୍ରି ରେ ମନ୍ଦିର ବେଢ଼ାରେ ସୋଇଥିଲା । ଗର୍ଭ କଷ୍ଟ ବଢ଼ି ବଢ଼ି ଚାଲିଲା । କେହି ନଥିଲେ ତା ମୁଣ୍ଡକୁ ଟିକେ ଆଉସି ଦେବାକୁ ପାଣି ବୁନ୍ଦେ ଦେବାକୁ । ଜେଉ ବଗିଚା ରେ ସେ ଧର୍ଷଣ ର ଶିକାର ହୋଇଥିଲା ସେଇ କଳଙ୍କିତ ସ୍ଥାନ କୁ ଗଡ଼ି ଗଡ଼ି ଗଲା ଆଉ ସେଠାରେ ସୋଇ ତାର ଆରାଧ୍ୟ କୃଷ୍ଣ ଙ୍କୁ ଆକୁଳ ଗୁହାରି କଲା ଆଉ କହିଲା ,” ହେ କୃଷ୍ଣ ପିଲାଟି ଦିନରୁ ତୋତେ ମୁଁ କିଛି ମାଗିନି , ଆଜି ତୋତେ ମାଗୁଛି କି ମୋ ଗର୍ଭ ରୁ କନ୍ୟା ସନ୍ତାନ ଜନ୍ମ ନ ହଉ ।” କୃଷ୍ଣ ଙ୍କ ଆଶୀର୍ବାଦ ରେ ଶ୍ରାବଣୀ ଗୋଟେ ପୁତ୍ର ସନ୍ତାନ କୁ ଜନ୍ମ ଦେଲା ଆଉ ସେଇ ଛୁଆକୁ ଛାତିରେ ଲଗେଇ ଦୁଗ୍ଧ ପାନ କରାଇଲା । ଛୁଆଟି ସେମିତି କ୍ଷୀର ପାନ କରୁଥାଏ । ହେଲେ ଶ୍ରାବଣୀ ଆଖିବୁଜିଦେଲା । ସକାଳ ଯେମିତି ହେଲା ପୂଜକ ଫୁଲ ତୋଳିବାକୁ ଗଳା ବେଳେ ଶ୍ରାବଣୀ ଆଉ ତାର ଶିଶୁ କୁ ସେମିତି ଅବସ୍ଥା ରେ ଦେଖି ଚିତ୍କାର କଲା।
ସେଇ ମଦୁଆ ତିନି ଜଣ ସମେତ ବହୁତ୍ ଲୋକ ସେଇ ଜାଗା ରେ ଠୁଳ ହୋଇଗଲେ । ସମସ୍ତେ ଛି …. ଥୁ… ବେଶ୍ୟା … କହି ସେଇ ମୃତ ଶ୍ରାବଣୀ କୁ ବି ଛାଡ଼ିଲେଣି , ବହୁତ୍ ନିନ୍ଦା ଅପବାଦ ଦେଲା । ପୋଲିସ ଆସି ଘଟଣା ସ୍ଥଳ ରେ ପହଞ୍ଚିଲା । ଶ୍ରାବଣୀ ର ଶବକୁ ପୋଲିସ ସତ୍କାର କଲା ଆଉ ପିଲାଟିକୁ ଅନାଥାଶ୍ରମ କୁ ନେଇ ଥୋଇଦେଲେ। କୃଷ୍ଣ ଙ୍କ କୃପା ଚକ୍ଷୁ ପଡ଼ିଥିଲା ସେଇ ବାଳକ ଉପରେ ।ସେଇ ବାଳକ ବଡ଼ ହୋଇ ଅନେକ ଶ୍ରାବଣୀ ର ଇଜ୍ଜତ ବଞ୍ଚାଇବାକୁ ଲାଗିଲା। ପ୍ରେତ ହୋଇ ବୁଲୁଥିବା ଶ୍ରାବଣୀ ନିଜ ପୁତ୍ର ର ଏପରି କର୍ମ କୁ ଦେଖି ମୋକ୍ଷ ଲାଭ କରି ସ୍ବର୍ଗ କୁ ଲାଭ କଲା।
