ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୮ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। କରୋନା ଯୋଗୁଁ ଲକ୍ ଡାଉନ୍ ସମୟରେ ରକ୍ତ ଅଭାବ ଦୂର ଚିନ୍ତା। କୌଣସି ଲୋକ ଯେମିତି ରକ୍ତ ଅଭାବ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିଲାଗି ମହତ ଉଦ୍ୟମ ଚଳାଇଛି ବିଜେଡ଼ି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରଖିଛି ବିଜେଡି। ସୋମବାର ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୋଟ ୫୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଲକର ମଲମୁଣ୍ଡାଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଥିଲା। ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ତଥା ପୁଇଁତଲା ବ୍ଲକ ବିଜୁ ଯୁବ ଜନତା ଦଳର କର୍ମୀ ଓ ବ୍ଲକ ବିଜୁ ଯୁବ ବାହିନୀର ସଦସ୍ୟଙ୍କ ସହାୟତାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଜେଡ଼ି ନେତା ନିହାର ରଞ୍ଜନ ବେହେରାଙ୍କ ସହ ଅନେକ ଲୋକ ରକ୍ତ ଦାନ କରିଥିଲେ। ମଲମୁଣ୍ଡରେ ମୋଟ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ସେହିପରି ବିଙ୍ଗ ହୁମାନ ଫାଉଣ୍ଡେସନ ସଂଯୋଜନାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡି ସାହାଯ୍ୟରେ ଲୋଇସିଂହାରେ ପାଖାପାଖି ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଯଦୁ ପଟେଲ, ରୋହିତ ସାହୁ, ଦିଲୀପ ସେଠ, ବୀର କିଶୋର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ
ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଝାଙ୍କର, ପୁଇଁତଲା ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ କୁର୍ତ୍ତିବାସ ମିଶ୍ର, ପୁଇଁନ୍ତଲା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ପଟେଲ, ଯୁବ ଜିଲ୍ଲା ବିଜେଡି ସମ୍ପାଦକ କୁନାଲ ସରକାରୀ, ମହୀମୁଣ୍ଡା ସରପଞ୍ଚ ଅନନ୍ତ ପଧାନ, ଆଠଗାଁ ସରପଞ୍ଚ ବବିତା ପୁଟେଲ, ଉପସ୍ଥିତ ଥିଲେ। ତେବେ ଆଗାମୀ ଦିନରେ ମଧ୍ୟ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯିବ ବୋଲି ନିହାର ରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Leave a Reply