ନବନୀତା ବ୍ୟୁରୋ। ଦୀର୍ଘ ୧୮ ବର୍ଷ କଂଗ୍ରେସରେ ରହିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରାଇଛନ୍ତି। ଦଳରେ ଯୋଗ ଦେବା ପରେ ସିନ୍ଧିଆ କହିଛନ୍ତି, ମୋ ଜୀବନରେ ଦୁଇ ଦିନ ଏମିତି ସମୟ ଆସିଛି, ଯାହା ମୋ ଜୀବନ ପରିବର୍ତ୍ତନ ଘଟିଛି। ପ୍ରଥମେ ୨୦୦୧ ସେପ୍ଟେମ୍ୱର ୩୦ ଏହି ଦିନ ମୁଁ ମୋ ପିତାଙ୍କୁ ହରାଇଲି। ଦ୍ବିତୀୟ ତାରିଖ ୨୦୨୦ ମାର୍ଚ୍ଚ ୧୦ ତାରିଖ ତାଙ୍କର ୭୫ତମ ଜୟନ୍ତୀ ଥିଲା। ସେ କହିଥିଲେ କି ଆମର ଉଦ୍ଧେଶ୍ୟ ଜନସେବା ହେବା ଆବଶ୍ୟକ ବୋଲି ସେ ମାନନ୍ତି। ମୋ ବାପା ଓ ମୁ ସବୁବେଳେ ଏ ଉଦ୍ଧେଶ୍ୟ ନେଇ କାମ କରି ଆସିଛୁ। ସିନ୍ଧିଆ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ, କଂଗ୍ରେସ ଏବେ ଆଉ ଆଗଭଳି ଦଳ ଏହି ନାହିଁ।
ସିନ୍ଧିଆ କହିଛନ୍ତି ଯେ, ଋଣ ଛାଡ ଓ ରୋଜଗାର ମାମଲା ଉପରେ ମଧ୍ୟପ୍ରଦେଶ ସରକାର ନିଜ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନାହିଁ। ଟ୍ରାନସଫର ଓ ଭ୍ରଷ୍ଟାଚାରର ମାଫିଆ ରାଜ୍ୟ ଚାଲିଛି। ତେଣୁ ମୋର ମନ ବହୁତ୍ ବ୍ୟଥିତ ବୋଲି ସେ କହିଛନ୍ତି। କଂଗ୍ରେସ ଏବେ ସେ ଦଳ ହୋଇ ରହି ନାହିଁ, ଯେଭଳି ଭାବରେ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି କି ଦେଶର ଇତିହାସରେ କାହାକୁ ମଧ୍ୟ ଏଭଳି ବିଶାଳ ଜନାଦେଶ ମିଳି ନାହିଁ। ଏପରିକି ଥରେ ନୁହଁ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି।
