ନବନୀତା ବ୍ୟୁରୋ। ସମଗ୍ର ଦେଶରେ ହୋଲି ପର୍ବକୁ ଧୁମ୍ ଧାମରେ ପାଳନ କରାଯାଉଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହୋଲି ଶୁଭକାମନା ଜଣାଇଛନ୍ତି। ପିଏମ୍ ମୋଦୀ ଟୁଇଟ କରି କହିଛନ୍ତି ଯେ, ରଙ୍ଗ, ଉମଙ୍ଗ ଓ ଆନନ୍ଦର ପର୍ବ ହୋଲି ପାଇଁ ସମସ୍ତଙ୍କୁ ବହୁତ୍ ବହୁତ୍ ବଧାଇ। ଏ ପର୍ବ ସମଗ୍ର ଦେଶବାସୀଙ୍କ ଜୀବନରେ ଖୁସି ନେଇ ଆସୁ। ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ହୋଲି ପର୍ବର ଶୁଭକାମନା ଜଣାଇଛନ୍ତି।
रंग, उमंग और आनंद के त्योहार होली की आप सभी को बहुत-बहुत बधाई। यह पर्व सभी देशवासियों के जीवन में खुशियों लेकर आए। pic.twitter.com/xfrfdNaduX
— Narendra Modi (@narendramodi) March 10, 2020
ମୋଦୀ, ଶାହା ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ହୋଲି ପର୍ବର ବଧାଇ ଜଣାଇଛନ୍ତି। ସମଗ୍ର ଦେଶବାସୀଙ୍କୁ ପବିତ୍ର ହୋଲି ପର୍ବର ଢେର ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି। ରଙ୍ଗର ପର୍ବ ହୋଲି, ଶରତ ୠତୁର ସମାପନ ଓ ବସନ୍ତ ୠତୁର ଆଗମନର ସନ୍ଦେଶ ଦେଇଥାଏ। ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କାମନା କରିଛନ୍ତି ରାଷ୍ଟ୍ରପତି।
मैं होली के शुभ अवसर पर देशवासियों को अपनी हार्दिक बधाई और शुभकामनाएँ देता हूं।
रंगों का त्यौहार होली परिवार और दोस्तों के साथ मिलकर एकता, भाईचारे और स्नेह की भावना में खुशियां मनाने का समय है। होलिका दहन का प्रकाश बुराई पर अच्छाई की जीत का प्रतीक है।#Holi2020 #Holi
— Vice President of India (@VPSecretariat) March 10, 2020
ଏହାବ୍ୟତୀତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ମଧ୍ୟ ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ହୋଲି ପର୍ବରେ ସମାଜରେ ମିଳିମିଶି ରହିବା ସହ ସୌହାର୍ଦ୍ୟ ବନ୍ଧନକୁ ସୁଦୃଢ କରିବା ପାଇଁ ଚେଷ୍ଟା କରନ୍ତୁ। ଏ ପର୍ବ ସେହି ବାଧାକୁ ଧ୍ଵଂସ କରେ ଯାହା ଆମକୁ ବିଭାଜିତ କରେ ଓ ସମୃଦ୍ଧି, ଶାନ୍ତି, ପ୍ରଗତି, ସଦ୍ଭାବ ତଥା ଖୁସି ବାଣ୍ଟିବା ପାଇଁ ଏକଜୁଟ କରିଥାଏ। ତାସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲୋକଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି।
