ନବନୀତା ବ୍ୟୁରୋ। ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ବୈଠକରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ଉପସ୍ଥାପିତ ହୋଇଛି। ଓଡିଶା ସିଭିଲ ସର୍ଭିସ ରୂଲ ସଂଶୋଧନ ହୋଇଛି। ଓଡିଶା ସିଭିଲ ରିହାବିଲିଟେସନ ବିଲ ଆସିବା ନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି। ଏଥିରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ ଡି ପଦବୀ ଚାକିରି ମିଳିବ। ପୂର୍ବରୁ ୧୦ ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ନିଯୁକ୍ତି ମିଳିବ।
ଏଥିସହ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସୁନ୍ଦରଗଡ ଜିଲ୍ଲାର ୨ଟି ପ୍ରକଳ୍ପକୁ ମ଼ଞ୍ଜୁରୀ ଦିଆଯାଇଛି। ଏଥିପାଇଁ ୩୪୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରକଳ୍ପରେ ଜିଲ୍ଲାର ୩ଟି ବ୍ଲକର ସବୁ ଗାଁକୁ ପିଇବା ପାଣି ସଂଯୋଗ କରାଯିବ। ଏଥିସହ କୁଆଁରମୁଣ୍ଡା ବ୍ଲକ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ୨ ଲକ୍ଷ ଲୋକ ଉପକୃତ ହେବେ।
ସେହିପରି ଏସଟିପିଆଇର ଯେକୌଣସି ଜାଗାରେ କେନ୍ଦ୍ର ହେଲେ ୩ ଏକର ପର୍ଯ୍ୟନ୍ତ ଜମିର ପ୍ରିମିୟମ ମାଗଣା ଦିଆଯିବ ବୋଲି ବୈଠକରେ ଅନୁମୋଦନ ହୋଇଛି। ତାସହ ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ପ୍ରଦାନ କରାଯାଇ ଥିବା ବେଳେ ବିଧାନସଭାର ତୃତୀୟ ଅଧିବେଶନକୁ ମଧ୍ୟ ମଞ୍ଜୁରୀ ମିଳିଛି।
