ରନୱେରେ ଖସି ବିମାନ ତିନିଖଣ୍ଡ ସହ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ତୁର୍କୀ ଇସ୍ତାବୁଲରେ ଲ୍ୟାଣ୍ଡିଂ ବେଳେ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଫହରେଟିନ କୋକା। ସେ କହିଛନ୍ତି ଇସ୍ତାବୁଲ ସବିହା ଗୋକସେନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ବିମାନ ରନୱେରେ ଖସି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୧୫୭ ଜଣ ଲୋକେ ଆହତ ହୋଇଛନ୍ତି। ହେଲେ ସେଥି ମଧ୍ୟରୁ ଦୁଇ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ବି ଅବସ୍ଥା ସଙ୍କଟାପନ୍ନ ନଥିବା ଜଣା ପଡ଼ିଛି।

ରାଜ୍ୟପାଳ ଅଲି ୟରାଲିକାୟା ଟୁଇଟ କରି କହିଛନ୍ତି ଯେ, ସନ୍ଧ୍ୟା ୬ଟାରେ ଦୁର୍ଘଟଣା ଘଟିଛି। ୧୮୩ ଯାତ୍ରୀଙ୍କୁ ନେଇ ତୁର୍କୀ ପେଗାସସ୍ ଏୟାରଲାଇନସ୍ ବିମାନ ଲ୍ୟାଣ୍ଡିଂ ବେଳେ ଖସି ପଡି ଥିଲା। ଏହା ପୂର୍ବରୁ ବିମାନ ବନ୍ଦରରେ ସାମ୍ବାଦିକଙ୍କୁ କହିଥିଲେ କି, ଖରାପ୍ ପାଗ ଲାଗି ବିମାନ ରନୱେରେ ଠିକ୍ ଭାବେ ଓହ୍ଲାଇ ନପାରିବାରୁ ୩୦, ୪୦ ମିଟର ଉପରୁ ତଳକୁ ଖସି ପଡିଥିଲା।

ସିଏନଏନ୍ ଖବର ଅନୁସାରେ ତିନି ଖଣ୍ଡ ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା।
ତୁର୍କୀ ଟିଭି ଚାନେଲ ଦ୍ଵାରା ପ୍ରସାରିତ ଭିଡିଓ ଫୁଟେଜକୁ ଦେଖିଲେ ଜଣା ପଡୁଛି ଯେ, ବିମାନ ତିନି ଖଣ୍ଡ ହୋଇଗଲା। ତେବେ ବିମାନରେ ୪ ଆମେରିକୀୟ ଓ ୪ ଚୀନ୍ ନାଗରିକ ଥିବା ଜଣା ପଡ଼ିଛି।