ସୁପର ଓଭରରେ ସୁପର ସୋ, ନ୍ୟୁଜଲାଣ୍ଡକୁ ହରାଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଭାରତୀୟ ଟିମ ନ୍ୟୁଜଲାଣ୍ଡରେ ପ୍ରଥମ କରି ଟି ୨୦ ସିରିଜ ଜିତିଲା। ୫ ଟିକିଆ ଟି ୨୦ ମ୍ୟାଚରେ ଲଗାତାର ତିନିଟି ମ୍ୟାଚ ଜିତି ଟିମ୍ ଇଣ୍ଡିଆ ୩-୦ରେ ସିରିଜ କବଜା କରିଛି। ହେମିଲଟନରେ ତୃତୀୟ ମୁକାବିଲା ଜିତି ସିରିଜ ଅକ୍ତିଆର କଲା ବିରାଟ ବାହିନୀ। ସୁପର ଓଭରରେ ନ୍ୟୁଜଲ୍ୟାଣ୍ଡକୁ ପରାସ୍ତ କରି ସିରିଜ ଜିତି ବିଦେଶୀ ମାଟିରେ ଇତିହାସ୍ ରଚିଲା ଭାରତ।

ଟସ୍ ଜିତି ନ୍ୟୁଜଲାଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୭୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଅର୍ଦ୍ଧଶତକିୟ ପାରି ଖେଳିଥିଲେ। ୪୦ ବାଲରେ ୬୫ ରନ କରି ଆଉଟ୍ ହୋଇଥିଲେ। ବିରାଟ ୩୮ ରନ୍ କରି ଆଉଟ୍ କେଏଲ ରାହୁଲ ୨୭, ଶ୍ରେୟସ୍ ୧୭, ମନିଷ ପାଣ୍ଡେ ୧୪, ଜାଡେଜା ୧୦ ରନ୍ ସଂଗ୍ରହ କରିଥିଲେ।

ଜବାବରେ ୧୮୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜଲାଣ୍ଡ। ପ୍ରାରମ୍ଭିକ ବ୍ୟାଟିଂ ଧୂଆଁଧାର ଆରମ୍ଭ କରିଥିଲେ ଗୁପ୍ତିଲ ଓ ମୁନରୋ। ଗୁପ୍ତିଲ୍ ୩୧ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ୱିଲ୍ଲିଂସନ୍ ବ୍ୟାଟିଂ କରିବାକୁ ଆସିଥିଲେ। ଅଧିନାୟକ ପାରି ଖେଳି ଟିମକୁ ଜିତାଇବା ଆଡକୁ ଅଗ୍ରସର କରିଥିଲେ। ହେଲେ ୧୯ ଓଭରରେ ୱିଲିଂସନ୍ ୯୫ ରନ୍ କରି ପାଭିଲିଅନ୍ ଫେରିଥିଲେ। ହେଲେ ଟିମ୍ ପାଖରେ ମ୍ୟାଚ ଜିତିବାର ସୁଯୋଗ ଥିଲେ ବି ଶାମୀଙ୍କ ପ୍ରଭାବୀ ବୋଲିଂ ଯୋଗୁଁ ନ୍ୟୁଜଲାଣ୍ଡ ୬ ୱିକେଟ୍ ହରାଇ ୧୭୯ ରନ କରି ମ୍ୟାଚ୍ ଟାଇ ହୋଇଥିଲା। ଫଳରେ ସୁପର ଓଭରର ସହାୟତା ନେବାକୁ ପଡ଼ିଥିଲା।

ସୁପର ଓଭରରେ ନ୍ୟୁଜଲାଣ୍ଡ ୧୭ ରନ୍ କରିଥିଲା। ହେଲେ ରୋହିତ ଶର୍ମାଙ୍କ ଦୁଇଟି ଛକା ବଳରେ ଭାରତ ୨୦ ରନ୍ କରି ମ୍ୟାଚ୍ ଜିତିବା ସହ ୩-୦ରେ ସିରିଜ ଜିତିଛି ଭାରତ।