ନବନୀତା ବ୍ୟୁରୋ। ଧୁମଧାମରେ ସରିଲା ପ୍ରଥମ ଖଡ଼ଙ୍ଗ ଲୋକ ଉତ୍ସବ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ଓ ବରିଷ୍ଠ ବିଜେଡ଼ି ନେତା ଲଳିତ ନାୟକ ଯୋଗ ଦେଇଥିଲେ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ତଥା ୪ଟି ଜିଲ୍ଲାର ସଂଯୋଗ ସ୍ଥଳୀରେ ଆରମ୍ଭ ହୋଇଛି ଏହି ପ୍ରଥମ ଖଡ଼ଙ୍ଗ ଲୋକ ମହୋତ୍ସବ। ଆଞ୍ଚଳିକ ଲୋକ ନୃତ୍ୟ ଗୀତର ପ୍ରଚାର ପ୍ରସାର ପାଇଁ ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଧେଶ୍ୟ। ତେବେ ବନ୍ଧଗୋରା ମକର ପଡ଼ିଆରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ମହିଧର ରଣା, ଲଳିତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସଭା ଶେଷ ହେବା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଢୋଲ ନିସାନ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ କଳାକାର। କଳାକାରଙ୍କ ରସରସିଆ ନୃତ୍ୟ ଗୀତରେ ବିଭୋର ହୋଇଥିଲେ ଦର୍ଶକ। ଶୀତୁଆ ରାତିକୁ ଖାତିର ନ କରି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଦେଖଣାହାରୀ। ଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା।
