ଜେଲରୁ ମୁକୁଳିବେ ଚିଦାମ୍ବରମ, ସୁପ୍ରିମ କୋର୍ଟରୁ ପାଇଲେ ଜାମିନ

ଅପରାଧଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଜେଲରୁ ମୁକୁଳିବେ ଚିଦାମ୍ବରମ। ଆଇଏନ୍ଏକ୍ସ ମିଡ଼ିଆରେ ଅର୍ଥ କାରବାର ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଜାମିନ ମିଳିଛି। ଇଡିରେ ଜଡ଼ିତ ଚିଦାମ୍ବରମଙ୍କ ଏହି ମାମଲାରେ ଜାମିନ ମିଳିଛି। ପୂର୍ବରୁ ସିବିଆଇରେ ଜଡ଼ିତ ମାମଲାରେ ଚିଦାମ୍ବରମଙ୍କୁ ଜାମିନ ମିଳିଥିଲା।

ଏ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ଚିଦାମ୍ବରମ। ଏ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତି କାଏମ୍ ରଖିଥିଲେ। ତେବେ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ୨ ଲକ୍ଷ ଟଙ୍କାର ବଣ୍ଡ ସହ ଏହି ଜାମିନ ପ୍ରଦାନ କରିଛନ୍ତି।

ଚିଦାମ୍ବରମଙ୍କ ପାଇଁ ବଡ଼ ଆଶ୍ୱସ୍ତି କାରଣ ସେ ୧୦୭ ଦିନ ହେଲା ତଦନ୍ତ ସଂସ୍ଥା ତଥା ନ୍ୟାୟିକ କଷ୍ଟଡିରେ ଥିଲେ। ତେବେ ଜାମିନ ଦେବା ସହ କୋର୍ଟ କହିଛନ୍ତି ଯେ ମାମଲା ଉପରେ ସର୍ବସାଧରଣରେ ମନ୍ତବ୍ୟ କିମ୍ବା ପ୍ରତ୍ରିକ୍ରୀୟା ଦେବାକୁ ମନା କରିଛନ୍ତିି।