ଉପନିର୍ବାଚନ: ୧୮ ରାଜ୍ୟର ୫୧ଟି ବିଧାନସଭା ଓ ୨ଟି ଲୋକସଭା ଆସନ ଲାଗି ମତଦାନ

ଦେଶ ଓ ବିଦେଶରାଜନୀତି
  1. ୧୮ ରାଜ୍ୟର ୫୧ ବିଧାନସଭା ଆସନ ପାଇଁ ମତଦାନ
  2. ମହାରାଷ୍ଟ୍ରର ସତରା ଓ ବିହାରର ସମସ୍ତିପୁର ଲୋକସଭା ସିଟ୍ ଲାଗି ଉପନିର୍ବାଚନ ଲାଗି ଭୋଟିଂ
  3. ୟୁପିର ୧୧ ବିଧାନସଭା ଆସନ, ଗୁଜରାଟର ୬, ବିହାରର ୫, ପଞ୍ଜାବର ୪ ବିଧାନସଭା ଆସନ ଲାଗି ଉପନିର୍ବାଚନ
  4. ରାଜସ୍ଥାନର ୨, କେରଳର ୫, ହିମାଚଳର ୨ ଓ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶାର ଗୋଟିଏ ଲେଖାଏଁ ଆସନ ପାଇଁ ଉପନିର୍ବାଚନ

ନବନୀତା ବ୍ୟୁରୋ। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ଦେଶର ୧୮ ରାଜ୍ୟର ୫୧ ବିଧାନସଭା ଆସନ ଓ ୨ଟି ଲୋକସଭା ସିଟରେ ଉପନିର୍ବାଚନ ଲାଗି ମତଦାନ ଚାଲିଛି। ସେଥି ମଧ୍ୟରୁ ଉତ୍ତର ପ୍ରଦେଶର ରାମପୁର ସମେତ ୧୧ଟି ସିଟ୍, ଗୁଜରାଟର ୬, ବିହାରର ୫, ଆସାମର ୪ ଓ ହିମାଚଳ ପ୍ରଦେଶ, ତାମିଲନାଡୁର ଦୁଇଟି ଲେଖାଏଁ ବିଧାନସଭା ଆସନ ସାମିଲ ଅଛି।

ଏହାବ୍ୟତୀତ ପଞ୍ଜାବର ୪, କେରଳର ୫, ସିକ୍କିମର ୩, ରାଜସ୍ଥାନର ୨ ଓ ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ, ପୁଡୁଚେରୀ, ମେଘାଳୟ ଓ ତେଲେଙ୍ଗାନାର ଗୋଟିଏ ଗୋଟିଏ ବିଧାନସଭା ଆସନରେ ମତଦାନ ଚାଲିଛି। ଦୁଇଟି ଲୋକସଭା ଆସନ ଲାଗି ମଧ୍ୟ ମତଦାନ ଚାଲିଛି। ମହାରାଷ୍ଟ୍ରର ସତାରା ଓ ବିହାରର ସମସ୍ତିପୁର ସିଟ୍ ରେ ବି ମତଦାନ ଜାରି ରହିଛି।