ନବନୀତା ବ୍ୟୁରୋ। ସକାଳୁ ସକାଳୁ ଫୋନ ଟିଏ ଆସିଲା , ଫୋନ ଦେଖେ ତୋ ମୋ ସାଙ୍ଗ ସିତଲ୍ ।ହଁ ଶିତଲ କୁହ , ଶୁଣ ଆମେ କିଛି ପିଲା ମିଶିକି କିଛି କିଛି ପଇସା ଯୋଗାଡ଼ କରୁଚୁ । ତୁମେ ମଧ୍ୟ କିଛି ଦିଅ, ଆରେ ବା ଭାରି ଭଲ କଥା ଏବେ ଯୋଉ ସମୟ ଚାଲିଛି ଭଲ କରିଚ କିଛି ଲୋକଙ୍କ ପାଇଁ ଉପଯୋଗୀ ହେବ ମୁଁ ଗୁଗଲ ପେ କରିଦେଉଛି କହି ମୁଁ ଫୋନ୍ ରଖିଲି।
କିଛି ସମୟ ଯାଇଛି କି ନାହିଁ ୱାଟ ସପ୍ ଖୋଲୁ ଖୋଲୁ ଦେଖେ ତା ଷ୍ଟାଟସ୍ ଫୁଲ ହେଇଚି ଧନ୍ୟବାଦ୍ ରେ ଆଉ ତା ତଳକୁ ଦାନି ମାନଙ୍କର ନାମ ମଧ୍ୟ। ଲେଖା ହେଇଚି ।ଆରେ ହେଇ ମୋ ନା ବି ଲେଖିଛି ଦାନ ନା ରେ ଏଇ ସବୁ ଚାଲିଛି ତାହାଲେ । ହୋଉ ଯାହା କରିବା କଥା କରନ୍ତୁ । ସତ କହିବାକୁ ଗଲେ କିଛି ଦିନ ହେବ ସାହାଯ୍ୟ ବାହାନାରେ ବିଜ୍ଞାପନ ଦେଖି ଦେଖି ଚିଡା ଲାଗିଲାଣି। ଏତେ ବଡ଼ ମହା ବିପତ୍ତି ସମୟରେ ସମସ୍ତେ ହାତ ଭିଡିଛନ୍ତି ଚାରି ଆଡେ଼ ଦାନ ଧରମ ଚାଲିଛି । ଭଲ କଥା ଯାହା ପାଖେ ଅଛି ଦାନ ଧର୍ମ କର କିନ୍ତୁ ଦାନ ଧରମ କମ୍ ଆଉ ଫଟୋ ଉଠାଇ ଲୋକ ଙ୍କ ମିଛ ପ୍ରଶଂସା ପାଇଁ ଡହଳ ବିକଳ ହେଉଥିବା ଲୋକ ମାନେ କଣ ସତରେ ଜଣେ ଜଣେ ପ୍ରକୃତ ଦାନୀ କି? ଏଇ ସବୁ ଭାବୁ ଭାବୁ ଫେସବୁକ୍ ଆଡେ଼ ଟିକେ ବୁଲି ଆସେ ଭାବି ଫେସବୁକ୍ ଖୋଲୁ ଖୋଲୁ ନଜର ପଡ଼ିଲା ଗୋଟେ ପୋଷ୍ଟ୍ ଉପରେ ମୋର ଜଣେ ଅତି ପରିଚିତ ବଡ଼ ଅଫିସର୍ ଙ୍କ ପୋଷ୍ଟ୍ ଉପରେ। ଆରେ ବା ବଡ଼ ବାବୁ ବି ଦାନ ଧରମ କରୁଛନ୍ତି ତାହାଲେ ।
ବଡ଼ ବାବୁ ବଡ଼ ସରକାରୀ ଚାକିରି ଟିଏ କରିଛନ୍ତି ଆଗରୁ ଅମୋରି ସାହିରେ ବାପା ମା ସହ ଗୋଟେ ଛୋଟ କୁଡିଆରେ ରହୁଥିଲେ । ମାତ୍ର ବଡ଼ ବାବୁ ହେଲା ପରେ ଅଫିସର୍ ବାବୁ ତାଙ୍କ ସ୍ତ୍ରୀ ପିଲାଙ୍କୁ ନେଇକି ସରକାରୀ ବାସଭବନ ରେ ରହୁଛନ୍ତି। ବାପା ମା ବୁଢା ବୁଢ଼ୀ ହେଲେଣି ଶଙ୍ଖ ମଲ ମଲ ଘରେ ଚଳି ପାରିବେନି ବୋଲି କୁଡ଼ିଆରେ ଛାଡ଼ିଯାଇଚନ୍ତି। ସମସ୍ତେ କୁହନ୍ତି ଯିବା ଦିନରୁ ଥରେ ଆସିନାହାନ୍ତି ବାପା ମା ଙ୍କୁ ଦେଖିବାକୁ ପାଖା ପାଖି କୋଡିଏ ବର୍ଷରେ। ସାହି ଭାଇଙ୍କ କଥାକୁ ଡରିକି ତାଙ୍କ ବାପା ମା ବାହାରକୁ ବେଶୀ ଅସନ୍ତିନି। ଯେତେ ଯାହା ହେଲେ ବାପା ମା କେମିତି ବାପା ମା କେମିତି ପୁଅର ଅପନିଦା କରିବେ କେମିତି ପଦେ ସୁଣିପରିବେ ପୁଅ ବିଷୟରେ ସେଥିପାଇଁ ବୋଧେ ସାହି କୁ ବାହାରନ୍ତି ନାହିଁ ବୋଲି ବୋଉ ମୁହଁରୁ ଶୁଣିଛି । ଏକଥା ବି ଶୁଣିଥିଲି ବଡ଼ ବାବୁ କଲେ ଭାରି କୃପଣ ଭିକରିକୁ ଭିକି ବି ଦିଅନ୍ତନି। ସେଇ କାରଣରୁ ଭିକାରୀ ତାଙ୍କ ବାସଭବନକୁ ଗାଳି ଖାଇବାକୁ ଯାଆନ୍ତି ନାହିଁ ବୋଲି ଲୋକେ କୁହନ୍ତି । ହେଲେ ଏଇ କଣ ଦେଖୁଚି ବଡ଼ ବାବୁ ଦାନ କରୁଛନ୍ତି । ଏପରି ମହାମାରୀରେ କିଛି ପ୍ରଚେଷ୍ଟା ସମୟର ଦୃଶ୍ୟ ଲେଖି ତଳକୁ ଆଠ ଦଶଟି ଫଟୋ । ଆରେ ହେଇ ବଡ଼ ବାବୁ ବି ଦାନ କରୁଛନ୍ତି ଯାହା ହଉ ଏପରି ପରିସ୍ଥିତିରେ ବାବୁ ଭଲ କାମଟେ କରିଛନ୍ତି । ଆଜିକାଲିକା ଲୋକ କୁଆ ଉଡି ଗଲେ କହିବେ ପିଲାଟେ ଉଡି ଗଲା। ଆରେ ଯିଏ ଅନ୍ୟକୁ ସାହାଯ୍ୟ କରୁଛନ୍ତି ସିଏ କଣ ନିଜ ବାପା ମାଙ୍କୁ ଅନାଦର କରୁଥିବେ କେବେ ନୁହୋ । ଏମିତି ତ ଭଲ ଲାଗେନା କିଏ ଏମିତି କିଛି କଲେ ହେଲେ କିଛି ସମୟ ପାଇଁ ଲାଗିଲା ଫଟୋ ଛାଡି କିଛି ଭୂଲ୍ କରି ନାହାନ୍ତି କାରଣ ତାଙ୍କର ଏଇ ପଦକ୍ଷେପ ଦେଖି ଅନ୍ୟ ମାନେ ମଧ୍ୟ ଅଗ୍ରସର ହେବେ। ଯାହା ଫଳରେ କିଛି ଦୁଃଖିରଙ୍କିଙ୍କ ଲାଭ ହେବ ଯାହା ହେଉ ଭଲ କାମଟେ କରୁଛନ୍ତି ଭାବି ଫେସବୁକ୍ ସ୍କ୍ରଲ୍ କରୁ କରୁ କାହିଁକି କେଜାଣି ଇଛା ହେଲା ତାଙ୍କ ପୋଷ୍ଟ ଫଟୋକୁ ଦେଖିବାକୁ । ଆରେ ଏ ବଡ଼ ବାବୁଙ୍କ ବାପା ନା କଣ୍ ? ଆରେ ନା ନା ତାଙ୍କ ବାପା କାହିଁକି ଦାନ ନେବେ ଯେ ।ମୁଁ। ବି କଣ କଣ ଭାବୁଛି । ହେଲେ ଏଇ ଲୋକ ମୁହଁରେ ଗାମୁଛା କାହିଁକି ବାନ୍ଧିଚି ? ଓହୋ ଫଟୋ ନଉଛନ୍ତି ଦେଖି ଲାଜ ରେ ମୁହଁ ଢାଙ୍କିଚନ୍ତି ବଧେ। ଗୋଟେ ପରେ ଗୋଟେ ଫଟୋ ଦେଖି ଚାଲିଲି ଆରେ ଏ କଣ ସବୁ ଫଟୋରେ ମୁହଁ ଲୁଚେଇ ଦାନ ନଉଛନ୍ତି ଅଧା ମୁହଁ ଦିଶୁଛି ହେଲେ ଜାଣି ହେଉନି କିଏ ଏମାନେ? ଆମ ସାହି ଲୋକ ତୋ ନୁହନ୍ତି। ମନ ର ସଂଶୟ ଦୂର କରିବାକୁ ବୋଉକୁ ଡାକିଲି ।
ବୋଉ ଏ ବୋଉ ଟିକେ ଏଠିକି ଆସିଲୁ।ଆରେ କାହିଁ ଏମତ୍ତି ହୁରି ଚିଲାଉଛୁ କହି ରୁମ ଭିତରକୁ ଆସିଲା ବୋଉ।
ହଁ କହ କଣ୍ କହିବୁ?
ବୋଉ ଦେଖିଲୁ ଏଇ ଲୋକ କୁ ଚିଂହିଚୁ ଅମୋ ସାହି ଲୋକ କି?
ଆଲୋ ଆଲୋ ଏ ପା ସୂର ସାହୁ ଏଇ କାହିଁକି ମୁଣ୍ଡରେ ଗାମୁଛା ବନ୍ଧିଛି ? ତୁ ଠିକ୍ ସେ ଦେଖି କି କହ ଏ ସୁର ସାହୁ ଟି ବୋଲି ମୁଁ ପ୍ରଶ୍ନ କଲି ମୋ ବୋଉ କୁ?ଆଲୋ ହଁ ଏ ସୁର ସାହୁ କହିଲା ବୋଉ।
ଗୋଟି ଗୋଟି କରି ସବୁ ଫଟ ଦେଖେଇଲି ଆଉ ଗୋଟି ଗୋଟି କରି ସବୁ ଫଟୋ ଚିହ୍ନି ଦେଲା ମୋ ବୋଉ ।
କୋଉ ଫଟୋରେ ବାବୁଙ୍କୁ ମା କୋଉଠି ବାପା । କୋଉ ଫଟୋରେ ଭଉଣୀ ତୋ କୋଉ ଫଟୋରେ ଭଉଣୀର ଝିଅ ।ଏସବୁ ଶୁଣିଲା ପରେ ବିଶ୍ୱାସ ହିଉ ନଥାଏ । ଛି ଛି କି କଥା ଜୀବନ ଯାକ ବାପା ମାଙ୍କୁ ପଚରିଲାନି ଆଉ ଏଇ ମହାମାରୀରେ ବି ଏଇ ଗୁଣ କି ବଡ଼ ଅଫିସର ଏ କହି ବୋଉ ଚାଲି ଗଲା । କିନ୍ତୁ ମୁଁ କିଛି ବୁଝି ପାରୁନଥିବା ପରି ଫଟୋକୁ ବାର ବାର ଦେଖୁଥାଏ ।ଲୋକ ମାନେ ଏମିତି ବି କରି ପାରନ୍ତି ।ଆଜି ସିନା ମୋ ବୋଉ ଚିଁହି ପାରିଲା ବୋଲି ବଡ଼ ବାବୁ ଙ୍କୁ ଦାନ ପଛରେ ଥିବା କାହାଣୀ ମୁଁ ଜାଣି ପାରିଲି କିଏ ଜାଣେ ଏମିତି କେତେ କାହାଣୀ ଦେଖାଉଥିବେ ଭଦ୍ର ମୁଖା ପିନ୍ଧି ଥିବା ବଡ଼ ବାବୁ ମାନେ । ଦାନ ବାହାନାରେ ଫଟୋ ଉଠେଇ ଲୋକଙ୍କ ଵଃ ବାଃ ପାଇବା ପାଇଁ ବିକୋଳ ହେଉଥିବା ଲୋକ ମାନେ କଣ ପ୍ରକୃତ ଦାନୀ ? ଗୋଟେ ସାହାଯ୍ୟ ବଦଳରେ ଶହେ ଫଟୋ ଉଠାଇବା କୁ ଇଛା ବ୍ୟକ୍ତ କରୁଥିବା ଲୋକ ମାନେ କଣ ସାହାଯ୍ୟ ନା ରେ ବିଜ୍ଞାପନ କରୁ ନାହାନ୍ତି କି?
