ଦିଲ୍ଲୀର ରାଜମା ଚାବଳ ଓ ଚାନ୍ଦିନୀ ଚୌକ ସହ ଋଷିି କପୁରଙ୍କ ସମ୍ପର୍କ, ପଢନ୍ତୁ

ଦେଶ ଓ ବିଦେଶବଡ଼ ଖବରମନୋରଞ୍ଜନ

ନବନୀତା ବ୍ୟୁରୋ। ୨୪ ଘଣ୍ଟା ମଧ୍ୟରେ ଦୁଇ ମହାନ ଅଭିନେତାଙ୍କୁ ହରାଇଛି ବଲିଉଡ୍।ବୁଧବାର ଇରଫାନ ଦୁନିଆକୁ ଅଲବିଦା କହିବା ପରେ ଗୁରୁବାର ଏଭରଗ୍ରୀନ ହିରୋ ଋଷିି କପୁରଙ୍କ ଦେହାନ୍ତ ନେଇ ବଲିଉଡ୍ ସ୍ତବ୍ଧ। ହେଲେ ଦୈବସଂଯୋଗବଶତଃ  ଉଭୟ ଅଭିନେତାଙ୍କ ଦିଲ୍ଲୀ ସହ ଗଭୀର ଆତ୍ମିୟତା ରହିଥିଲା। ଇରଫାନ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ଅଭିନୟ ଶିକ୍ଷା କରିଥିବା ବେଳେ ଋଷିି କପୁରଙ୍କ ଅନେକ ସିନେମା ଦିଲ୍ଲୀରେ ସୁଟିଂ ହୋଇଥିଲା। ସେଥି ମଧ୍ୟରୁ ଚାନ୍ଦିନୀ ଫିଲ୍ମ ପ୍ରମୁଖ। ଏହା ବ୍ୟତୀତ ୩  ବର୍ଷ ଆଗରୁ   ଋଷିି କପୁର ଦିଲ୍ଲୀ ଚାନ୍ଦିନୀ ଚୌକ ଅଞ୍ଚଳରେ ନିଜ ଫିଲ୍ମ ରାଜମା ଚାବଳ ସୁଟିଂ ପାଇଁ ଅଟକି ଥିଲେ। ଏ ଅବସରରେ ସେ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲି ଥିଲେ। ସେ ମିଡିଆ ସହ କଥାବାର୍ତ୍ତା ବେଳେ ସ୍ବୀକାର କରିଥିଲେ ଯେ, ସୁଟିଂ ସମୟରେ ସେ ବଜାରରେ ବସି ପକୁଡ଼ି ଖାଇଥିଲେ। ଏଥିସହ ସେ ଥଟ୍ଟା କରି କହିଥିଲେ କି ଏ ସମୟରେ ମୁଁ ମୋର ଓଜନ ମଧ୍ୟ ବଢାଇ ଥିଲି।

ଦୁର୍ଭାଗ୍ୟର କଥା ଚାନ୍ଦିନୀ ଚୌକରେ ରାଜମା ଚାବଳ ସୁଟିଂ ବେଳେ ତାଙ୍କ ଦାଦା ଶଶି କାପୁରଂକ ନିଧନ ହୋଇଥିଲା। ଦାଦାଙ୍କ ମୃତ୍ୟୁ ଖବର ପାଇବା ପରେ ସୁଟିଂ ଅଧାରୁ ଛାଡ଼ି ମୁମ୍ବାଇ ଫେରି ଆସିଥିଲେ।

ଋଷିି କପୁର, ବିନୋଦ ଖାନ୍ନା ଓ ଶ୍ରୀଦେବୀ ଅଭିନୟ କରିଥିବା ଫିଲ୍ମ ଚାନ୍ଦିନୀ ର ସୁଟିଂ ଦିଲ୍ଲୀର ଇଣ୍ଡିଆ ଗେଟରେ ହୋଇଥିଲା। ୧୯୮୯ ରେ ବଡ଼ ପରଦାକୁ ଆସିଥିବା ସୁପର ହିଟ୍ ଫିଲ୍ମ୍ ଚାନ୍ଦିନୀ ର ଗୋଟିଏ ଗୀତ ଇଣ୍ଡିଆ ତଥା ଦିଲ୍ଲୀର ଅଲଗା ଅଲଗା ଜାଗାରେ ସୁଟିଂ କରାଯାଇଥିଲା। ଗୀତର ବୋଳ ମଧ୍ୟ ଦିଲ୍ଲୀ ସହ ଜଡ଼ିତ।

ସଂଯୋଗ ଏହି କି ଯେ, ଚାନ୍ଦିନୀ ଫିଲ୍ମରେ ଜଡ଼ିତ ସମସ୍ତ ବଡ଼ ବଡ଼ କଳାକାର ଦୁନିଆକୁ ଅଳବିଦା କହି ସାରିଛନ୍ତି। ପ୍ରଥମେ ନିର୍ମାତା ନିର୍ଦ୍ଧେଶକ ୟାଶ ଚୋପ୍ରା, ପୁଣି ଶ୍ରୀଦେବୀ ପରେ ବିନୋଦ ଖାନ୍ନା ଏବଂ ଗୁରୁବାର ଋଷିି କପୁର ମଧ୍ୟ ଦୂନିଆକୁ ବାୟ ବାୟ କହିଛନ୍ତି।

Leave a Reply