ଆରପାରିରେ ବର୍ଷୀୟାନ ଅଭିନେତା ଋଷିି କପୁର, ବଲିଉଡ୍ ଜଗତରେ ଶୋକର ଛାୟା

ଦେଶ ଓ ବିଦେଶବଡ଼ ଖବରମନୋରଞ୍ଜନ

ନବନୀତା ବ୍ୟୁରୋ। ସ୍ତବ୍ଧ ବଲିଉଡ ଜଗତ। ଦୁଇ ଦିନରେ ଦୁଇ ବିଶିଷ୍ଟ ଅଭିନେତାଙ୍କ ନିଧନ। କାଲି ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ପରେ ଆଜି ବର୍ଷୀୟାନ ଅଭିନେତା ଋଷିି କପୁରଙ୍କ ନିଧନ ହୋଇଛି। ଏନେଇ ଅଭିନେତା ବିଗ ବି ଅମିତାଭ ବଚ୍ଚନ ଟୁଇଟ କରି ସୂଚନା ଦେଇଛନ୍ତି ଯେ ଋଷିି କପୁରଙ୍କ ନିଧନ ହୋଇଛି। ସୋଶାଲ ମିଡ଼ିଆରେ ଅମିତାଭ ବଚ୍ଚନଙ୍କ ଟୁଇଟ ପରେ ଫ୍ୟାନସ ଓ କଳାକାର ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିବା ସହ ଶୋକ ପ୍ରକାଶ କରୁଛନ୍ତି।

T 3517 – He’s GONE .. ! Rishi Kapoor .. gone .. just passed away ..

I am destroyed !
— Amitabh Bachchan (@SrBachchan) April 30, 2020

 ଆଜି ସକାଳ ୯ଟା ୩୨ ମିନିଟରେ ଅମିତାଭ ବଚ୍ଚନ ଏକ ଟୁଇଟ କରି ଲେଖିଛନ୍ତି ଯେ, ସେ ଚାଲିଗଲେ.. ଋଷିି କପୁର… ସେ ଚାଲିଗଲେ.. ତାଙ୍କର ନିଧନ ହୋଇଛି। ଏ ଦୁଃଖଦ ଖବର ନେଇ ଭାଙ୍ଗି ପଡିଥିବା ଟୁଇଟ କରିଛନ୍ତି ବିଗ୍ ବି।

ସୂଚନାଯୋଗ୍ୟ ଯେ, ଅସୁସ୍ଥ ହେବାରୁ ଋଷିି କପୁରଙ୍କୁ ମୁମ୍ବାଇ ଏଚ୍ଏନ ରିଲାୟଏନ୍ସ ଫାଉଣ୍ଡେସନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ରଣବୀର କପୁର କହିଥିଲେ ଯେ, ସେ ମେଡିକାଲରେ କ୍ୟାନ୍ସର ସହ ଯୁଝୁଛନ୍ତି। ସେ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ଫେବୃଆରୀ ମାସରେ ଋଷିି  କପୁରଙ୍କୁ ଦୁଇ ଥର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Leave a Reply