ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ଚାଷୀ ମୃତ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ବିଦ୍ୟୁତ ଆଘାତରେ ମହିଳା ଚାଷୀ ମୃତ I ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତାଲଚକେଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା I ମୃତ ମହିଳା ଜଣକ ହେଲେ ବାଳମତି କରୁଆଁ I ପରିବାର ଲୋକଙ୍କ ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ବିଲରେ ଚାଷ ପାଇଁ ପାଣି ମୋଟରରେ ବିଦ୍ୟୁତ ସଂଯୋଗ କରୁଥିଲେ I ହେଲେ ମହିଳା ଜଣଙ୍କ ବିଦ୍ୟୁତ ଆଘାତରେ ଲାଗିଥିଲେ I ତାଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା I ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବଙ୍ଗୋମୁଣ୍ଡ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି I ତେବେ ମୃତକଙ୍କ ପରିବାର ଗରିବ ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି I

Leave a Reply