ନବନୀତା ବ୍ୟୁରୋ। ମହାରାଷ୍ଟ୍ରରେ ସରକାର ଗଠନ ଶେଷ ହୋଇଥିଲେ ବି ରାଜନୀତି ବୟାନବାଜି ଜାରି ରହିଛି। ଏପରିକି ଦେବେନ୍ଦ୍ର ଫଡନାଭିସଙ୍କୁ କାଠଗଡାକୁ ଟାଣିବାର ଖୋରାକ ଯୋଗାଇଛନ୍ତି ଦଳର ନେତା ଅନନ୍ତ କୁମାର ହେଗଡେ। ମହାରାଷ୍ଟ୍ରରେ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ ବିଜେପି ସାଂସଦ ଅନନ୍ତ ହେଗଡେ଼ ଖୁଲାସା କରି କହିଛନ୍ତି ଯେ, ୪୦ ହଜାର କୋଟି କେନ୍ଦ୍ରକୁ ଫେରାଇବା ପାଇଁ ଫଡନାଭିସଙ୍କୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କରାଯାଇଥିଲା।
Ananth K Hegde,BJP: A CM has access to around Rs 40,000 Cr from Centre.He knew if Congress-NCP-Shiv Sena govt comes to power it would misuse funds meant for development. So it was decided that there should be a drama.Fadnavis became CM&in 15hrs he moved Rs40,000 Cr back to Centre pic.twitter.com/3SNymN1eMQ
— ANI (@ANI) December 2, 2019
ଏଥିସହ ସେ ଆହୁରି କହିଛନ୍ତି ଯେ, ମହାରାଷ୍ଟ୍ରରେ ଫଡନାଭିସ ୮୦ ଘଣ୍ଟା ଲାଗି କଣ ପାଇଁ ସିଏମ୍ ବନି ଇସ୍ତଫା ଦେଲେ ତାହା କାହାକୁ ଅଛପା ନାହିଁ। କଣ ପାଇଁ ସେ ନାଟକ କଲେ? ତାହା କଣ ଆମକୁ ପତ୍ତା ନ ଥିଲା ଯେ, ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ ଓ ତାପରେ ବି ମୁଖ୍ୟମନ୍ତ୍ରୀ ହେଲେ। ଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ଵାଭାବିକ।
ଏହାପରେ ସେ ବଡ଼ ଖୁଲାସା କରିବା ସହ କେଉଁ କାରଣରୁ ଫଡନାଭିସଙ୍କୁ ୮୦ ଘଣ୍ଟା ଲାଗି ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସେ କହିଛନ୍ତି, ଜଣେ ସିଏମ୍ କେନ୍ଦ୍ରର ପାଖାପାଖି ୪୦ ହଜାର କୋଟି ଟଙ୍କା ଯାଏ ଆଣିବାରେ ସମର୍ଥ ହୋଇଥାନ୍ତି। ଯଦି ମହା ବିକାଶ ଅଘାଡ଼ି ସରକାର ଆସିବ ତାହେଲେ ସେମାନେ ଏହି ବିକାଶ ରାଶିକୁ ଦୁରୁପଯୋଗ କରିବେ। ଏଥିପାଇଁ ଏଭଳି ନିଆଗଲା ଯେ ଏକ ନାଟକ ହେବା ଦରକାର। ତେଣୁ ଫଡନାଭିସ ମୁଖ୍ୟମନ୍ତ୍ରୀ ହେଲେ ଓ ୧୫ ଘଣ୍ଟାରେ ସେ ୪୦ ହଜାର କୋଟି ଟଙ୍କା କେନ୍ଦ୍ରକୁ ଫେରାଇଦେଲେ।
ସେପଟେ ଏନେଇ ଫଡନାଭିସଙ୍କ ଉପରେ ହମଲା କରିଛନ୍ତି ଶିବସେନା ନେତା ସଂଜୟ ରାଉତ।ସେ ଟୁଇଟରରେ ଲେଖିଛନ୍ତି ଯେ, ଅନନ୍ତ ହେଗଡେ କହିଛନ୍ତି ଯେ, ମହାରାଷ୍ଟ୍ରର ୪୦ ହଜାର କୋଟି କେନ୍ଦ୍ରକୁ ଫେରାଇବା ପାଇଁ ଫଡନାଭିସଙ୍କୁ ୮୦ ଘଣ୍ଟା ଲାଗି ସିଏମ୍ କରାଯାଇଥିଲା। ଏହା ମହାରାଷ୍ଟ୍ର ଲାଗି ଗଦ୍ଦାରି ବୋଲି କହିଛନ୍ତି ସଂଜୟ।
Bjp mp @AnantkumarH says @Dev_Fadanvis as CM for 80 hours, moved maharashtra’s 40000 cr Rs to center ? This is treachery with maharshtra , महाराष्ट्र के साथ गद्दारी है @Officeof UT
— Sanjay Raut (@rautsanjay61) December 2, 2019
ଅନ୍ୟପଟେ ଦେବେନ୍ଦ୍ର ଫଡନାଭିସ ଏନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ସିଏମ୍ ଥିବା ବେଳେ କୌଣସି ନୀତିଗତ ନିଷ୍ପତି ନେଇ ନାହିଁ। ତେଣୁ ମୋ ଉପରେ ଲଗା ଯାଉଥିବା ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ଫଡନାଭିସ।
No policy decision was taken in that period.
कोणताही धोरणात्मक निर्णय त्या काळात घेतला नाही!#Maharashtra pic.twitter.com/w8rzhB7bEf— Devendra Fadnavis (@Dev_Fadnavis) December 2, 2019
