ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ରହିବ: ପାଣିପାଗ ବିଭାଗ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଚାଷୀ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ଵାଭାବିକ ରହିବ ମୌସୁମୀ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଭୁ ବିଜ୍ଞାନ ମନ୍ତ୍ରାଳୟ ସଚିବ ମାଧବନ ରାଜୀବନ ସୂଚନା ଦେଇ କହିଛନ୍ତି ଯେ, ୨୦୨୦ ମୌସୁମୀ ସ୍ଵାଭାବିକ ରହିବ।
ସୂଚନା ଅନୁସାରେ, ପ୍ରତିବର୍ଷ ଦକ୍ଷିଣ ପଶ୍ଚିମ ମୋୖସୁମୀ ଜୁନରୁ ସେପ୍ଟେମ୍ବର ଚାରି ମାସ କେରଳରେ ଆରମ୍ଭ ହୋଇଥାଏ। ତେବେ ଲକ୍ ଡାଉନ୍ ସମୟ ମଧ୍ୟରେ ଏହାର ପୂର୍ବାନୁମାନ ବହୁତ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପ୍ରତିବର୍ଷ ଚାଷୀ ଭଲ ମୌସୁମୀ ବର୍ଷାର ଅପେକ୍ଷାରେ ରହିଥାନ୍ତି। ତେବେ ଚଳିତ ବର୍ଷ ସ୍ଵାଭାବିକ ବର୍ଷା ଅନୁମାନ ପରେ ଚାଷୀ ଆଶ୍ବସ୍ତ ହୋଇଛନ୍ତି।
ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଦକ୍ଷିଣ ପଶ୍ଚିମ ମୋୖସୁମୀ ଜୁନ ୧ ତାରିଖରେ କେରଳରେ ଛୁଇଁବ। ତାସହ ବିଭିନ୍ନ ସହରରେ ମୌସୁମୀ କେବେ ଛୁଇଁବ ଓ କେବେ ଫେରିବ ତାର ପୂର୍ବାନୁମାନ କରି ତାରିଖ ନିର୍ଦ୍ଧାରଣ କରାଯାଇଛି ବୋଲି ସେ କହିଛନ୍ତି।

Leave a Reply