ଲୋଇସିଂହାରେ ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୩୩ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶାରାଜନୀତି

ନବନୀତା ବ୍ୟୁରୋ। ଲକ୍ ଡାଉନ୍ ବେଳେ ରକ୍ତଦାନ। କରୋନା ବିପତ୍ତି ସମୟରେ ଯେମିତି କେହି ରକ୍ତ ଅଭାବର ସମ୍ମୁଖୀନ ହେବେ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ବିଜେଡ଼ି ପକ୍ଷରୁ ଲୋଇସିଂହାଠାରେ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆଗଲପୁର ଓ ଲୋଇସିଂହା ବ୍ଲକର ବିଜୁ ଯୁବ ବାହିନୀର ସଦସ୍ୟଙ୍କ ସହାୟତା ତଥା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ମିଳିତ ଉଦ୍ୟମରେ ଏହି ରକ୍ତ ଦାନ କାର୍ଯ୍ୟକ୍ରମ ହୋଇଥିଲା। ଭ୍ରାମ୍ୟମାନ ରକ୍ତସଂଗ୍ରହ ଗାଡି ମାଧ୍ୟମରେ ଲୋଇସିଂହାଠାରେ ପାଖାପାଖି 33 ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ଏଥିରେ ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଝାଙ୍କର, ଆଗଲପୁର ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ପ୍ରମୋଦ ବାରିକ, ଲୋଇସିଂହା ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ଅକ୍ଷୟ ସୁନା, ଆଗଲପୁର ବିଜୁ ଯୁବ ଜନତା ଦଳ ସଭାପତି ନାରାୟଣ ସାହୁ, ଯୁବ ଜିଲ୍ଲା ବିଜେଡି ସମ୍ପାଦକ କୁନାଲ ସରକାରୀ ଉପସ୍ଥିତ ଥିଲେ। ଏଥିରେ 3 ଜଣ ମହିଳା, ସଙ୍ଘମିତ୍ରା ନାଏକ, ମାଧୁର୍ଯ୍ୟ ନାଏକ ଓ ରଶ୍ମିତା ନାଏକ, ରକ୍ତଦାନ କରିଥିଲା। ଏହି ରକ୍ତଦାନ ଶିବିର ଆଗାମୀ ଦିନରେ ପୁଇଁତଲା ବ୍ଲକରେ ମଧ୍ୟ କରାଯିବ ବୋଲି ନିହାର ରଞ୍ଜନ ବେହେରା ପ୍ରକାଶ କରିଛନ୍ତି।